
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଳକ ଅନ୍ତର୍ଗତ ସାଧପାଲି ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷୟିତ୍ରୀ ସୁଶ୍ରୀ ତପସ୍ଵିନୀ ଦାଶ ୫-ଟି ରୂପାନ୍ତରୀକରଣର ଜିଲ୍ଲାସ୍ତରୀୟ ଭବ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ କରିଛନ୍ତି । ଉତ୍ସବରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ମେହେର, ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଡ. ରାଧାକାନ୍ତ ଗଡତିଆ, ଏଡିଇଓ ମଞ୍ଜୁଲତା ଭୋଇ ପ୍ରମୁଖ ଅତିଥି ବୃନ୍ଦ ତପସ୍ଵିନୀ ଦାଶଙ୍କୁ ୨୦୨୩-୨୪ ବର୍ଷରେ ଶିକ୍ଷା କ୍ଷେତ୍ରରେ ଅଭିନବ ଯୋଗଦାନ ନିମନ୍ତେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ମନୋନୀତ ହୋଇଥିବାରୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରିଛନ୍ତି । ରାଜ୍ୟ ସରକାରଙ୍କ ଠାରୁ ଏହି ସମ୍ମାନ ପାଇଁ ୨୫ ହଜାର ଟଙ୍କା ପୁରସ୍କାର ରାଶି ପାଇବେ । ପ୍ରକାଶ ଥାଉ କି ଶିକ୍ଷୟିତ୍ରୀ ତପସ୍ଵିନୀ ଦାସ ତାଙ୍କର ଶିକ୍ଷାର ଅଭିନବତା ଯୋଗୁଁ ୨୦୨୨ ମସିହାରେ ରାଜ୍ୟପାଳ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଠାରୁ ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ ହୋଇଥିଲେ । ଏହି କୃତିତ୍ୱ ଯୋଗୁଁ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ, ଗ୍ରାମବାସୀ, ପିତାମାତା, ଅଭିଭାବକ, ଅଭିଭାବିକା ଓ ବୁଦ୍ଧିଜୀବୀମାନେ ତପସ୍ଵିନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।