pr

ଶ୍ରୀ ରଘୁନାଥ ଜୀଉଙ୍କ ପୀଠରେ ଗୋଶାଳା ନିମନ୍ତେ ଭୂମି ପୂଜନ

dr. purohit

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧିନ ଆମ୍ବ ପଞ୍ଚାୟତ ଲଇଛଣପୁର ଗ୍ରାମରେ ଥିବା ଶ୍ରୀ ରଘୁନାଥ ଜୀଉଙ୍କ ପ୍ରାଙ୍ଗଣରେ ଆଜି ଏକାଦଶୀ ତିଥି ଉପଲକ୍ଷେ ବ୍ଲକ ସଭାପତି ବିଶେମ୍ବର ଓଝାଙ୍କ ନେତୃତ୍ୱରେ ଶ୍ରୀ ଜୀଉଙ୍କ ପରିସରରେ ଏକ ଗୋଶାଳା ସ୍ଥାପନା କରିବା ପାଇଁ ଭୂମି ପୂଜନ କରାଯାଇଛି । ଏନେଇ ଜିଲ୍ଲା କ୍ଷେତ୍ରିୟ ସମ୍ପାଦକ ପ୍ରହ୍ଲାଦ ମହାନ୍ତ ତତ୍ତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁବ୍ରତ ମହାପାତ୍ର, ସମ୍ମାନିତ ଅତିଥି ପୁରୀ ଗୋବର୍ଦ୍ଧନ ମଠ ଗୋଶାଳାରୁ ଆସିଥିବା ରଞ୍ଜନ ଅଗ୍ରୱାଲ ଯୋଗଦେଇ କେମିତି ସୁଚାର ଭାବେ ଗୋଶାଳା ହୋଇପାରିବ ତାହା ଉପରେ ଆଲୋଚନା କରିଥିଲେ । ଏଥିରେ ଆଦିତ୍ୟ ବାହିନୀର ସଦସ୍ୟ ରଘୁନାଥ ବାରିକ, ରତ୍ନାକର ବାରିକ, ସୁର୍ଯ୍ୟମଣି ବାରିକ, ଶୁବାଶ ନାଥ, ସୁକାନ୍ତ ନାଥ, ସୌଦାମିନି ନାଥ, ନାଣ୍ଡୁ ନାଥ, ଆନନ୍ଦ ଚନ୍ଦ୍ର ମହାନ୍ତ, ରବୀନ୍ଦ୍ର ନାଥ ଏବଂ ଆନନ୍ଦ ବାହିନୀର ଅନିତା ପାତ୍ର, ଯଶୋଦା ବାରିକ, ସୁରଭି ନାଥ, ପ୍ରେମଲତା ନାଥ, ସମ୍ମିତା ନାଥଙ୍କ ସମେତ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.