ବଲାଙ୍ଗିର ଜିଲ୍ଲାରୁ ୧୦ ଜଣ କରାଟେକା ଆନ୍ତରାଷ୍ଟ୍ରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତାଠାରେ ଆୟୋଜିତ ୬ଷ୍ଠ ଆନ୍ତରାଷ୍ଟ୍ରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ‘ବଲାଙ୍ଗିର କରାଟେ ସ୍କୁଲ’ର ୧୦ ଜଣ କରାଟେକା କାତା ଏବଂ କୁମିତିରେ ଭାଗ ନେବେ । ଏହି ପ୍ରତିଯୋଗିତା କୋଲକତାର ‘ନେତାଜୀ ଇନ୍‌ଡୋର ଷ୍ଟାଡିୟମ’ରେ ୩୦ ଓ ୩୧ ଜୁଲାଇରେ ଆୟୋଜିତ ହେବ । ପ୍ରତିଯୋଗିତାରେ ଭାରତ ସହିତ ଅନ୍ୟ ୮ଟି ଦେଶ ଭାଗ ନେବେ । ଆୟୋଜକ ଅଲ ଇଣ୍ଡିଆ ସେଇସିନକାଇ କରାଟେ ଫେଡେରେସନ ଆନୁକୁଲ୍ୟରେ ଆୟୋଜିତ ହେବ । ଏହି ସୂଚନା ବଲାଙ୍ଗିରର ମୁଖ୍ୟ ପ୍ରଶିକ୍ଷକ ଏବଂ ଅଲ ଇଣ୍ଡିଆ ସେଇସିନକାଇ କରାଟେ ଫେଡେରେସନର କାର୍ଯ୍ୟକାରୀ ସେନସାଇ ହୃଦୟ ଶବର ଦେଇଛନ୍ତି । ପ୍ରତିଯୋଗିତାରେ ଲୋକେଶ ବାଗ, ତମନ୍ନା ମେହେର, ଅଭିପଶା ହୋତା, ଆଦିତ୍ୟ ସିଂ ବାରିକ, ସମିର ସାହୁ, କ୍ରିଷ୍ଣା ନାଏକ, ପୁରୁଷୋତ୍ତମ ବାଗ, ରେଖା ମନହିରା, ମନ ଗୋବିନ୍ଦ ମେହେର ଓ ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ ଦଳ କୋଲକତା ଅଭିମୁଖେ ଯାତ୍ରା କରିଛନ୍ତି ।

Leave A Reply

Your email address will not be published.