om academy

ପଞ୍ଚାୟତରାଜ ନିର୍ବାଚିତ ଜନପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ବିଭାଗ ପକ୍ଷରୁ ଆୟୋଜିତ ପଞ୍ଚାୟତିରାଜ ନବ ନିର୍ବାଚିତ ଜନପ୍ରତିନିଧିଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୂର୍ବାହ୍ନରେ ଆଭାସୀକରଣ ମାଧ୍ୟମରେ ଶୁଭ ଉଦ୍‌ଘାଟନ କରିଛନ୍ତି । ଏଥିସହ ଲୋକଙ୍କ ପାଖରେ ସହଜରେ ସମସ୍ତ ସୁବିଧା ପହଞ୍ଚାଇବା ପାଇଁ ଜନପ୍ରତିନିଧିମାନଙ୍କୁ ସେ କହିଥିଲେ । ଏହି ପରିପ୍ରେକ୍ଷାରେ ଡେଲାଙ୍ଗ ବ୍ଲକସ୍ତରରେ ମଧ୍ୟ ଆଭାସୀ ଜରିଆରେ ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ବ୍ଲକର ୨୧ଟି ପଞ୍ଚାୟତର ନବନିର୍ବାଚିତ ପଞ୍ଚାୟତିରାଜ ଜନପ୍ରତିନିଧି ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ଏହି ପ୍ରଶିକ୍ଷଣର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସହ ପଞ୍ଚାୟତ ବିକାଶରେ ନିଷ୍ଠାର ସହ କାମ କରିବାକୁ କହିଥିଲେ । ଏଥିସହ ଖୁବଶୀଘ୍ର ଜିଲ୍ଲାସ୍ତରରେ ନବନିର୍ବାଚିତ ଜନପ୍ରତିନିଧି ମାନଙ୍କ ଦାୟିତ୍ୱ କର୍ତବ୍ୟ ଓ ଦକ୍ଷତାବୃଦ୍ଧି ନିମନ୍ତେ ୫ ଗୋଟି ତାଲିମ ପ୍ରଦାନ କରାଯିବ ବୋଲି ଜନପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ତାଙ୍କ ସହିତ ଏବିଡିଓ ପ୍ରଦୀପ୍ତ ନାୟକ, ଜିପିଓ ରତିକାନ୍ତ ସାହୁ ସମେତ ବିଭାଗୀୟ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Leave A Reply

Your email address will not be published.