ମାଲକାନଗିରି : କନେଷ୍ଟବଳ ନିଯୁକ୍ତି ପରୀକ୍ଷା ପାଇଁ ପ୍ରଶିକ୍ଷଣ ଶିବିର । ମାଲକାନଗିରି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସିଭିଲ ସୋସାଇଟି ସହାୟତାରେ ଜିଲ୍ଲାର ଚାରିଶହରୁ ଅଧିକ ଆଶାୟୀ ଯୁବକ ଯୁବତୀଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାିଛି । ପ୍ରଧାନୀଗୁଡା ଠାରେ ଥିବା ସରକାରୀ ପଲିଟେକନିକ କେଲେଜ ସଭାଗୃହୃରେ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ଆରକ୍ଷୀ ଅଧିକ୍ଷକ ନୀତେଶ ୱାଦୱାନୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ସେ ଆଶାୟୀ ପାର୍ଥୀମାନଙ୍କୁ ପରୀକ୍ଷା ଉପଯୋଗୀ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରି ସମସ୍ତଙ୍କର ସଫଳତା କାମନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଓ ସିଭିଲ ସୋସାଇଟି ଅନୁଷ୍ଠାନର ସକ୍ରିୟ ସଭ୍ୟ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ । ଏହାସହ ପଲିଟେକନିକ ଅନୁଷ୍ଠାନର ଅଧ୍ୟକ୍ଷ ଜନାର୍ଦ୍ଦନ ଦାସ ସ୍ୱାଗତ ଅଭିଭାଷଣ ଦେଇଥିଲେ ।
Next Post