pr

ପଦ୍ମପୁରରେ ବିଜେପିର ମଣ୍ତଳ ସ୍ତରୀୟ ପ୍ରଶିକ୍ଷଣ ଶିବିର

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସ୍ଥାନୀୟ ରାଜାଜୀ ଟାଉନ ହଲ ଠାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ସଦସ୍ୟ ମାନଙ୍କର ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା । ବରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ଉକ୍ତ ପ୍ରଶିକ୍ଷଣ ଶିବିର ଉଦଘାଟନୀ ସଭାରେ ପଦ୍ମପୁରର ବରିଷ୍ଠ ବିଜେପି ନେତା ଶିରିଷ କୁମାର ବହିଦାର ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକର୍ତ୍ତାଙ୍କୁ ପରମ ବୈଭବଶାଳୀ ଭାରତ ଗଠନରେ ସମସ୍ତ ଯୋଗଦାନ ପାଇଁ ଆ‌ହ୍ୱାନ ଦେଇଥିଲେ । ମୋଦିଜୀଙ୍କ ନେତୃ‌ତ୍ୱରେ ଆମ ଦେଶ ଏବେ ବିକାଶର ରାସ୍ତାରେ ଦ୍ରୁତ ଗତିରେ ଆଗକୁ ବଢି ଚାଲିଛି । ଭାରତକୁ ବି‌ଶ୍ୱ ଗୁରୁର ଆସନରେ ବସାଇବାର ଲକ୍ଷ ଆଉ ଦୂର ନୁହଁ । ଏଣୁ ଆମ ସମସ୍ତଙ୍କ ସଂକଳ୍ପିତ ଯୋଗଦାନର ଆବଶ୍ୟକ । ସଭାରେ ଭାରତୀୟ ଜନତା ପାର୍ଟିର ମୂଳ ନୀତି ଆଦର୍ଶ ଭାବନା ଏବଂ ଚିନ୍ତାଧାରା ସହ ଅନ୍ୟାନ୍ୟ ବିଭିନ୍ନ ସୂତ୍ର ଉପରେ ଆଲୋଚନା ହେବା ସହ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଏବଂ ଜନ ହିତକାରୀ ଯୋଜନାମାନଙ୍କ ବିଷୟରେ ଜନ ସାଧାରଣଙ୍କୁ ସଚେତନ ସହ ସମସ୍ତଙ୍କ ପାଖକୁ ପହଞ୍ଚିବେ ବୋଲି ଏହି ସଭାରେ ମତ ପ୍ରକାଶ ପାଇଥିଲା । ପ୍ରଶିକ୍ଷଣ ଶିବିରରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ରାଜ୍ୟ ବିଜେପି ଯୁବମୋର୍ଚା ସଭାପତି ଇରାଶିଷ ଆଚାର୍ୟ୍ୟ, ରାଜ୍ୟ ଯୁବମୋର୍ଚା ସମ୍ପାଦକ ପ୍ରିତେଶ କୁମାର ବହିଦାର, ବରିଷ୍ଠ ନେତା ଗୋବର୍ଦ୍ଧନ ଭୁଏ, ଲୋଚନ ବରିହା, ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ କୁମରମଣୀ ନାଏକ ପ୍ରମୁଖ କର୍ମୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ସର୍ଗିବାହାଲ ମଣ୍ଡଳ ସଭାପତି ନିରାକାର ବରିହା, ବରିକେଲ ମଣ୍ତଳ ସଭାପତି ସୌକିଲାଲ ସାହା, ପଦ୍ମପୁର ଟାଉନ ସଭାପତି ସୁନୀଲ ଅଗ୍ରୱାଲ, ଜଗଦଲପୁର ମଣ୍ତଳ ସଭାପତି ହରେକୃଷ୍ଣ ପଟେଲ, ବରିଷ୍ଠ କର୍ମୀ ହରିହର ସାହୁଙ୍କ ସହ ଜିଲ୍ଲା ସମ୍ପାଦିକା ନାରୀ ନେତ୍ରୀ ସର‌ସ୍ୱତୀ ସାହୁ, ଜ୍ୟୋତ୍ସ୍ନାରାଣୀ କର, ଅଶୋକ କୁମାର ମିଶ୍ର, ସୁବାଷ ପାତ୍ର, ଡା. ନାରାୟଣ ପୁରୋହିତ, ମଦନ ମୋହନ ପଟେଲ, ପ୍ରମୋଦ କୁମାର ମେହେର, ଇଂ. କୁନାଲ ପାଣିଗ୍ରାହୀ, ଦିନେଶ ବାରିକ ପ୍ରମୁଖଙ୍କ ସହ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

nrusinghnath
Leave A Reply

Your email address will not be published.