ନରସିଂହଙ୍କ ଆଶୁ ଆରୋଗ୍ୟ କାମନାରେ ମାହେଶ୍ୱରୀ ପକ୍ଷରୁ ପ୍ରଦୀପ ପ୍ରଜ୍ୱଳନ

ମୁଁ ଏବେ ଠିକ ଅଛି, ସ୍ୱସ୍ଥ ଅଛି- ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆଶୁ ଆରୋଗ୍ୟ ତଥା ଦୀର୍ଘ ଜୀବନ କାମନାକରି ଆଜି ସନ୍ଧ୍ୟାରେ ସ୍ଥାନୀୟ ମାଁ ସମଲେଶ୍ୱରୀ ମନ୍ଦିର ଠାରେ ମାହେଶ୍ୱରୀ ସଂଗଠନ ତରଫରୁ ଏକ ପ୍ରଦୀପ ପ୍ରଜ୍ୱଳନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମାହେଶ୍ୱରୀ ସଂଗଠନ ତରଫରୁ ନିଦର୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ଉପଦେଷ୍ଟା ବ୍ୟାସଦେବ ନନ୍ଦ, ସଂଯୋଜକ ପ୍ରିତିଶ କୁମାର ସାହୁ, ସଂଯୋଜିକା ସୋନିଆ ବେଜ, ସହ ସଂଯୋଜିକା ପ୍ରିୟଙ୍କା ପଟ୍ଟନାୟକ, ବର୍ଷା ସିଂହ ଗଡତିଆ, ରାଜ ବାଲୁଙ୍କେଶ୍ୱର ନନ୍ଦ, ଆଶିଷ ଜେନା, ସାଗର ତାଣ୍ଡି ଓ ବିକାଶ ସା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ, ଗତକାଲି କଂଗ୍ରେସର ପ୍ରତିଷ୍ଠା ଦୀବସରେ ଭୁବନେଶ୍ୱରରେ ଦଳ ତରଫରୁ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଭାଷଣ ଦେବା ସମୟରେ ଶ୍ରୀ ମିଶ୍ର ଅଚାନକ ଅସୁସ୍ଥ ଅନୁଭବ କରିଥିଲେ । ଦଳୀୟ କର୍ମୀମାନେ ତାଙ୍କୁ ତୁରନ୍ତ ଆପଲୋ ହସପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତରି ମାଇନା ପରେ ଶ୍ରୀ ମିଶ୍ର ଠିକ୍‌ ଥିବା ବେଳେ ତାଙ୍କୁ ଅଧିକ ଯାଞ୍ଚ ପାଇଁ ଡାକ୍ତରଖାନାରେ ହିଁ ରହିବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଲୋକେ ଆଶଙ୍କିତ ଥିବା ବେଳେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରୀ ମିଶ୍ରଙ୍କ ଆଶୁ ଆରୋଗ୍ୟ କାମନାର ସୁଅ ଛୁଟିଥିଲା । ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ପରିବାର ବର୍ଗ ଫୋନ କରି ଆଶୁ ଆରୋଗ୍ୟ କାମନା କରିଥିଲେ । ତେବେ ଆଜି ସକାଳୁ ଶ୍ରୀ ମିଶ୍ର ସାମାଜିକ ଗଣମାଧ୍ୟମରେ “ମୁଁ ଏବେ ଠିକ ଅଛି ଏବଂ ସୁସ୍ଥ ଅଛି” ବୋଲି ପ୍ରକାଶ କରିଥିଲେ । ଏହା ଲୋକଲୋଚନକୁ ଆସିବା ପରେ ସାଧାରଣରେ ଆସ୍ୱସ୍ତି ପ୍ରକାଶ ପାଇଛି ।

Leave A Reply

Your email address will not be published.