ହଜିଥିବା ମୂଲ୍ୟବାନ ସାମଗ୍ରୀ ଫେରସ୍ତ କରି ନିଜର କର୍ତ୍ତବ୍ୟନିଷ୍ଠତା ପ୍ରତିପାଦନ କଲା ଲୋଇସିଂହା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହଜିଥିବା ମୂଲ୍ୟବାନ ସାମଗ୍ରୀ ଫେରସ୍ତ କରି ଲୋଇସିଂହା ପୋଲିସ ନିଜର କର୍ତ୍ତବ୍ୟନିଷ୍ଠତା ପ୍ରତିପାଦନ କରିଥିବା ସଂପର୍କରେ ସୂଚନା ଦେଇଛନ୍ତି ଏସ୍‌ଡ଼ିପିଓ ତୋଫାନ ବାଗ । ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିରରୁ ଫେରୁଥିବା ସମୟରେ ସବିତା ଗାନ୍ଧୀ ନାମ୍ନୀ ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ ତାଙ୍କ ଅଜାଣତରେ ପଡ଼ି ଯାଇଥିବା ଯୋଗୁଁ ସେ ଲୋଇସିଂହା ଥାନାରେ ଏ ସଂପର୍କରେ ଅଭିଯୋଗ କରିଥିଲେ । ତେବେ ପୋଲିସ୍‌ ଟିମ୍‌ ତୁରନ୍ତ ଖୋଜାଖୋଜି କରି ଭ୍ୟାନିଟି ବ୍ୟାଗ୍‌ ପାଇଥିବା ଜଡ଼ାମୁଣ୍ଡା ନିବାସୀ ସୁଧୀର ସେନାପତିଙ୍କ ଠାରୁ ଉକ୍ତ ବ୍ୟାଗ୍‌ ଉଦ୍ଧାର କରିବା ସହ ସବିତାଙ୍କୁ ହସ୍ତାନ୍ତର କରିଛି । ସୂଚନାଯୋଗ୍ୟ ଯେ, ହଜିଥିବା ସବିତା ଗାନ୍ଧୀଙ୍କ ଭ୍ୟାନିଟି ବ୍ୟାଗ୍‌ରେ ହଳେ ସୁନା ଚୂଡ଼ି, ମୋବାଇଲ୍‌ ଫୋନ୍‌ ଓ ଅନ୍ୟାନ୍ୟ ଜିନିଷ ରହିଥିଲା । ଲୋଇସିଂହା ଥାନାର ଏଭଳି କର୍ତ୍ତବ୍ୟନିଷ୍ଠତାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

https://fb.watch/o-wcFKkwfn/

Leave A Reply

Your email address will not be published.