‘ପଡୋଶୀ ଯୁବ ସଂସଦ’ ମାଧ୍ୟମରେ ଜଳ ସଂରକ୍ଷଣ କର୍ମଶାଳା

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ପ୍ରକୃତି ସହ ଖେଳ ମଣିଷ ସମାଜକୁ ବେଶୀ ପ୍ରଭାବିତ କରୁଛି ଆଜିର ସମୟରେ । ପୃଥିବୀ ପୃଷ୍ଠରେ ଥିବା ମାନବ ବ୍ୟବହାର ଉପଯୋଗୀ ଜଳର ଅବିଚାରିତ ବ୍ୟବହାର ଓ ନଷ୍ଟ କରିବା ଦ୍ୱାରା ଏହାର ମାତ୍ରା କମିଯାଉଛି । ବର୍ତ୍ତମାନ ପୃଥିବୀରେ ଥିବା ପାଣିରୁ ମାତ୍ର ୦.୩ ପ୍ରତିଶତ ଜଳ ମାନବ ଉପଯୋଗୀ ହୋଇ ରହିଛି । ଆଗାମୀଦିନ ଜଳ ସଂଙ୍କଟ ଦେଖାଦେବାର ସମ୍ଭାବନା ବେଶ୍‌ ଜଳ ଜଳ ହୋଇ ଦିଶୁଛି । ତେଣୁ ପୃଥିବୀ ପୃଷ୍ଠର ଜଳ ସହ ବର୍ଷା ଜଳ ସଂରକ୍ଷଣ ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇ ପଡିଛି । ବର୍ଷା ଜଳକୁ ଗଡି ଯିବାକୁ ନଦେଇ ଏହାର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ଜରୁରୀ ହେଉଛି ସଚେତନତା । ଆଜି ବଲାଙ୍ଗିର ନେହେରୁ ଯୁବ କେନ୍ଦ୍ର, ଓ ସଦାଇପାଲି ରାମଜୀ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ, ସାଇଟ୍‌ ପରିସରରେ ୧୦୦ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ‘ପଡୋଶୀ ଯୁବ ସଂସଦ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବର୍ଷାଜଳ ସଂରକ୍ଷଣ ଓ ତତ୍‌ ସର୍ମ୍ପକିତ ସଚେତନତା କାର୍ଯ୍ୟକ୍ରମ ଉପରେ ଅଲୋଚନ ହୋଇଥିଲା । ଏହି ଏକ ଦିନିକିଆ କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟ ଅତିଥି ବଲାଙ୍ଗିର ଜିଲ୍ଲାପାଳ୍ର ଚଂଚଳ ରାଣା । ଉଦଘାଟନୀ ଉତ୍ସବରେ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଏ.ଭି.ଏନ୍‌. କୁମାରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା ଏବଂ ସମ୍ମାନୀତ ଅତିଥି ଭାବରେ ଏକାଦଶ ବାଟାଲିଅନ ଏନ୍‌.ସି.ସି.ର କମାଣ୍ଡିଙ୍ଗ୍‌ ଅଧିକାରୀ ରଂଜନ ଚକ୍ରବର୍ତ୍ତି ଯୋଗଦେଇଥିଲେ । ପ୍ରାରମ୍ଭରେ ସାଇଟ୍‌ ଅନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ସ୍ୱାଗତ ଭାଷଣ ଦେଇ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ତାର ପ୍ରତିକାର ବିଷୟରେ ସମ୍ୟକ ସୂଚନା ଦେଇଥିଲେ । ଏହି ଅବସରରେ ଆୟୋଜିତ କୁଇଜ୍‌ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ଉପସ୍ଥିତ ସମସ୍ତ ପ୍ରତିଭାଗିଙ୍କୁ ଜଳ ଶପଥ ପାଠ କରାଇଥିଲେ ମୁଖ୍ୟ ଅତିଥି ଶ୍ରୀ ରାଣା । ଉଦଘାଟନୀ ଉତ୍ସୋବରେ ଧନ୍ୟବାଦ ଅର୍ପଣ କରିଥିଲେ ରାମଜୀ ଯୁବକସଂଘ ସଂପାଦକ ଇଂ. ନାରାୟଣ ପ୍ରସାଦ ମିଶ୍ର । ବୈଷୟିକ ପର୍ଯ୍ୟାୟରେ ଅଶୋକ କୁମାର ମେହେରଙ୍କ ସଂଯୋଜନାରେ ଅବସର ପ୍ରାପ୍ତ ଅଧ୍ୟାପକ ତଥା ପରିବେଶବିତ୍‌ ରାମଶରଣ ହୋତା, ବୈଜ୍ଞାନିକ ଡକ୍ଟର ବି.ଏନ୍‌. ଶ୍ରୀକାନ୍ତ ପଟ୍ଟନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଆଇସି ଆର.ଜିର ଜିଲ୍ଲା ପ୍ରକଳ୍ପ ପରିଚାଳକ ଘନଶ୍ୟାମ ସାହୁ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ଜିଲ୍ଲା ସଂଯୋଜକ ପ୍ରମୁଖ ଯୋଗଦେଇ ଜଳ ସଂରକ୍ଷଣର ବିଭିନ୍ନ ମାଧ୍ୟମ ଓ କାର୍ଯ୍ୟପ୍ରଣାଳୀ ସଂପର୍କରେ ଏହି ପଡୋଶୀ ଯୁବ ସଂସଦ କାର୍ଯ୍ୟକ୍ରମର ପତିଭାଗିମାନଙ୍କୁ ବୁଝାଇଥିଲେ ।

Leave A Reply

Your email address will not be published.