ହାଇୱାକୁ ପିିଟିଲା ହାଇୱା

ଆଠମଲ୍ଲିକ : ବିଳମ୍ବିତ ରାତ୍ରିରେ ବାଲି ଚାଲାଣ ବେଳେ ଘଟିଲା ଦୁର୍ଘଟଣା । ଜଳିଗଲା ଦୁଇ ବାଲି ବୋଝଇ ହାଇୱା । ଦୁଇ ହାଇୱା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ଅନୁଯାୟୀ, ଶୁକ୍ରବାର ରାତି ୧୨ଟାରେ ମହାନଦୀରୁ ବାଲି ବୋଝେଇ କରି ଦୁଇ ହାଇୱା ଆଠମଲ୍ଲିକ ଅଭିମୁଖେ ଆସୁଥିଲେ । ଏହି ସମୟରେ ପଛରେ ଆସୁଥିବା ଏକ ହାଇୱାକୁ ଓଭରଟେକ୍ କରିବା ସମୟରେ ଘଟିଲା ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ହାଇୱା ଜଳିଯାଇଛି । ଦୁଇ ଡ୍ରାଇଭର୍ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି । ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Leave A Reply

Your email address will not be published.