ପୁଣି ବ୍ୟାପିଲାଣି କରୋନା : ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର : ପୁଣି ଦେଶରେ ପ୍ରତିଦିନ ବଢୁଛି କରୋନା ଲହର । କେରଳ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ, ପୁଡୁଚେରୀ, ରାଜସ୍ଥାନ, ହରିୟାଣା, ଦିଲ୍ଲୀ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମାଡିଲାଣି କରୋନା । ସର୍ବାଧିକ କେରଳରୁ ୧୮୨, ଦ୍ୱିତୀୟରେ ତାମିଲନାଡରୁ ୬୬ ଏବଂ ତୃତୀୟରେ ମହାରାଷ୍ଟ୍ରରୁ ୫୬ ରୋଗୀ ଚିହ୍ନଟ ହେଲେଣି । ଓଡ଼ିଶା ମଧ୍ୟ ବାଦ ପଡିନି । ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ଚଳିତ ବର୍ଷର ରାଜ୍ୟର ପ୍ରଥମ କୋଭିଡ୍ ପଜିଟିଭ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ କହୁଛି, ଚଳିତ ମାସ ୧୨ ତାରିଖଠାରୁ ୧୯ ତାରିଖ ମଧ୍ୟରେ ସପ୍ତାହକ ମଧ୍ୟରେ ଦେଶରେ ୨୫୭ ଜଣ ସକ୍ରିୟ କୋଭିଡ୍ ରୋଗୀ ରହିଛନ୍ତି । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ଏହା ହେଉଛି ମହାମାରୀ ପରବର୍ତ୍ତୀ ଲହର । କୋଭିଡ୍ ଲକ୍ଷଣ ଦେଖାଦେଲେ ମେଡିସିନ୍ ଖାଇଲେ ଭଲ ହୋଇଯିବେ । କିନ୍ତୁ ବହୁବିଧ ରୋଗୀ, ଗର୍ଭବତୀ, ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ସତର୍କ ରହିବା ଉଚିତ୍ । ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି, କୋଭିଡକୁ ନେଇ ସଂପୂର୍ଣ୍ଣ ସଜାଗ ଅଛୁ । ନିୟନ୍ତ୍ରଣ ଭିତରେ ରହିଛି ପରିସ୍ଥିତି । ଭୟଭୀତ ହେବାର କୌଣସି କାରଣ ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍ ନେଇ କୌଣସି ନୂଆ ନିର୍ଦ୍ଦେଶନାମା ଜାରି ହୋଇନାହିଁ ।

jittmm
Leave A Reply

Your email address will not be published.