ବିଶିଷ୍ଟ ସମାଜସେବୀ ବିବେକ ମହାନନ୍ଦଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ଗ୍ରାମର ବିଶିଷ୍ଟ ସ୍ୱେଚ୍ଛାସେବୀ ତଥା ସମାଜସେବୀ ବିବେକ ମହାନନ୍ଦଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ (୭୦) ବର୍ଷ ବୟସ ହେଉଥିଲା । ସେ ଦୀର୍ଘ ଦିନ ଧରି ପାରାଲିସ୍ ରୋଗରେ ଆକ୍ରାନ୍ତ ହୋଇ ପଡି ରହିଥିଲେ । ଗତ ଜୁନ୍‌ ୨୫ ତାରିଖ ଶନିବାର ଦିନ ସନ୍ଧ୍ୟା ୬ ଘଣ୍ଟା ସମୟରେ ତାଙ୍କର ବାସଭବନଠାରେ ପରଲୋକ ହୋଇଛି । ସ୍ୱର୍ଗତ ମହାନନ୍ଦ ଜଣେ ମେଧାବୀ ଛାତ୍ର ଥିଲେ । ସେ ଭଲ ପାଠ ପଢୁଥିଲେ । ବେଲପଡା କଲେଜ ତାଙ୍କ ପାଇଁ ସୁନାମ ଅର୍ଜନ କରିପାରିଛି । ସେ ଛୋଟ ବୟସରୁ ଅସହାୟ ଲୋକଙ୍କୁ ସାହାଯ୍ୟ ସହଯୋଗ କରିଆସୁଥିଲେ । ସେ କଂଗ୍ରେସ ଦଳର ଜଣେ କର୍ମୀ ଥିଲେ ।ଲୋକ ସେବା ହିଁ ମାଧବ ସେବାକୁ ଆଦରି ନେଇ ସମାଜସେବାରେ ବ୍ରତୀ ହୋଇଥିଲେ । ସେ ଅବିବାହିତ ରହି ମରିବା ପର୍ଯ୍ୟନ୍ତ ଲୋକ ସେବା କରି ଆସୁଥିଲେ । ଜଣେ ସ୍ୱେଚ୍ଛାସେବୀ ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ସେ ଭଲ ଗୀତ ମଧ୍ୟ ଗାଉଥିଲେ ଶାନ୍ତ ଶିଷ୍ଟ ମେଳାପ ବ୍ୟକ୍ତିଥିଲେ । ସାମ୍ବାଦିକ ନଟବର ମହାନନ୍ଦଙ୍କ କାକା ଅଟନ୍ତି । ତାଙ୍କର ଦେହାନ୍ତ ହେବାର ଖବର ପ୍ରଚାରିତ ହେବା ପରେ ଗାଁ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ଦର୍ଶନ ପାଇଁ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇଥିଲେ । ଗାଁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂମ୍ପଣ୍ଣ କରାଯାଇଥିଲା ।

Leave A Reply

Your email address will not be published.