ମୁରିବାହାଲ ଡ଼ିଗ୍ରୀ କଲେଜରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

  • କଲେଜ ଅଧ୍ୟକ୍ଷ ଓ ବ୍ଲକ ସିଡିପିଓଙ୍କ ସମେତ ମୋଟ ୨୪ଜଣଙ୍କ ସ୍ଵେଚ୍ଛାକୃତ ରକ୍ତଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ କଲେଜରେ ଓଡ଼ିଆ ପକ୍ଷ ପାଳନ ଅବସରରେ ବୁଧବାର ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ଓ ବ୍ଲକ ସିଡ଼ିପିଓଙ୍କ ସମେତ ମୋଟ ୨୪ଜଣ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହା ପୂର୍ବରୁ କଲେଜ ପରିସରରେ ରକ୍ତଦାନ ସମ୍ପର୍କିତ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲୋକସଭା ସାଂସଦଙ୍କ ବ୍ଲକ ପ୍ରତିନିଧି ତଥା ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ, ଟିଟିଲାଗଡ଼ ରକ୍ତକେନ୍ଦ୍ରର ଡ଼. ଓଁକାର ହୋତା, ଦୁର୍ଗାବାହିନୀ ପ୍ରାନ୍ତୀୟ ସଂଯୋଜିକା ସୁଶ୍ରୀ ସୋନାଲିପ୍ରଭା ସାହୁ, ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ, ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ଘନଶ୍ୟାମ ଖମାରୀ, ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ରକ୍ତଦାନ-ଜୀବନଦାନ-ଏକ ମହତଦାନ ସମ୍ପର୍କରେ ଉତ୍ସାହିତ କରିଥିଲେ । ପରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତଦାତା ଜୀବନଦାତାମାନେ ହେଲେ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ସିଡ଼ିପିଓ ପୂର୍ଣ୍ଣିମା ବୈଠାରୁ, ଅଧ୍ୟାପକ ବାସୁଦେବ ଦଳାଇ, ଛାତ୍ରୀ ମୋନାଲିସା ସାହୁ, ମାନସୀ ସାହୁ, ପୂଜା ସାହୁ, ସୁବାନୀ ବାଗ, ଛାତ୍ର ମିଥୁନ ବାଗ, ଲୋକେଶ ବଗର୍ତ୍ତି, ପୁଣ୍ୟବନ୍ତ ଖର୍ସେଲ, ଗଜିନ୍ଦ୍ର ମହାକୁର, ବିକାଶ ରଣା, ରୋହନ ସେଠ, ସଂକୀର୍ତ୍ତନ୍ୟ ବାଗ, ପ୍ରଶାନ୍ତ ଜାଲ, ଦିନେଶ ପୁଟେଲ, ସୁଶୀଲ ଭୋଇ, ସୁଶୀଲ ବାଗ, ଏମ୍ ଡି ଇର୍ଫାନ, କ୍ଷୀରମୋହନ ନାଗ, ଲୋକନାଥ ନାଏକ, ଚୋଲଦେବ ସାହୁ, ବିମଳ ସୁନା ଓ କ୍ଷମାନିଧି ପଧାନ । ଟିଟିଲାଗଡ ଉପଖଣ୍ଡ ରକ୍ତକେନ୍ଦ୍ରର ଡ. ଓଁକାର ହୋତାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଲେବୋରୋଟୋରୀ ଟେକନିସିଏନ ଅଚ୍ୟୁତାନନ୍ଦ ମହାପାତ୍ର, ଡିଏମ ଆସିଷ୍ଟାଣ୍ଟ ଜିତେନ୍ଦ୍ର କୁମାର ପଣ୍ଡା, ଆଟେଡାଣ୍ଟ ଜୟରାମ ମଛଖଣ୍ଡ ଓ ଅଶୋକ ଦୋରା ରକ୍ତ ସଂଗ୍ରହ କରିଥିଲେ । ଏହି ଶିବିରରେ ଡ଼ିଗ୍ରୀ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.