ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଜାମଚୁଆଁ ଗ୍ରାମର ବନମାଳୀ ରଣା ୧୫ ବର୍ଷ ଆଗରୁ କୈାଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ଅସହାୟ ଅବସ୍ଥାରେ ରହି ଯାଇଥିଲେ ବିଧବା ବିଜୟ ଲକ୍ଷ୍ମୀ । ବହୁତ ଦୁଃଖ ଦୁର୍ଦ୍ଦଶା ସହି ପୁଅଝିଅଙ୍କୁ ମଣିଷ କରିଥିଲେ । ବାରମ୍ବାର ବିଧବା ଭତ୍ତା ପାଇଁ ଗୁହାରି କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିଲା । ଏନେଇ ସେ ଆମ ପ୍ରତିନିଧିଙ୍କୁ ଜଣାଇ ଥିଲେ । ତାଙ୍କ ଦୁଃଖ ଦୁର୍ଦ୍ଦଶାକୁ ନେଇ ଏକ ଖବର ଗତକାଲି ପ୍ରସାରିତ ହୋଇଥିଲା । ଏନେଇ ଆମେ ଖପ୍ରାଖୋଲ ବିଡ଼ିଓ ଶ୍ରୀ ତରଣୀ ସୁନାଙ୍କୁ ଯୋଗାଯୋଗ କରି ବିଜୟ ଲକ୍ଷ୍ମୀଙ୍କ ଅସୁବିଧା ବିଷୟରେ ଆଲୋଚନା କରିଥିଲୁ । ଶ୍ରୀ ସୁନା ତତ୍ପରତା ଦେଖାଇ ବିଜୟ ଲକ୍ଷ୍ମୀଙ୍କ ସମସ୍ତ କାଗଜପତ୍ର ସବ୍କଲେକ୍ଟରଙ୍କ ପାଖକୁ ପଠାଇବା ସହ ଅତିଶୀଘ୍ର ତାଙ୍କୁ ଭତ୍ତା ପ୍ରଦାନ କରାଯିବ ବୋଲି ଆଶ୍ଵାସନା ଦେଇଛନ୍ତି । ଏନେଇ ଗ୍ରାମବାସୀମାନେ ଶ୍ରୀ ସୁନାଙ୍କୁ ସାଧୁବାଦ ଜଣାଇଛନ୍ତି ।
Next Post