csstore

ବନ୍ୟଜନ୍ତୁ ଭୟରେ ଚାଷ କାମ ଛାଡୁଛି ଚାଷୀ : ପଡିଆ ପଡୁଛି ଡଙ୍ଗର ତଳିଆ ଚାଷ ଜମି

ଦେଓଗାଁ, (ମନିଷ କୁମାର ସାହୁ) : ଡଙ୍ଗର ତଳିଆ ଜମିରେ ଚାଷ କଲେ ପାଣିର ଅଭାବ ରହିନଥାଏ। ତେଣୁ ସେଭଳି ଜମିରେ ଚାଷୀମାନେ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ ଦେଓଗାଁ ବ୍ଲକ୍ ଅଞ୍ଚଳରେ ଏବେ ଏଭଳି ଜମିରେ ଚାଷ କରିବାକୁ ଚାଷୀମାନେ ମଙ୍ଗୁ ନାହାନ୍ତି। ବନ୍ୟପ୍ରାଣୀଙ୍କ ଯୋଗୁଁ ସେମାନେ ଉକ୍ତ ଜମିରେ ଚାଷ କରିବା ଛାଡ଼ି ଦେଉଥିବା ପ୍ରକାଶ କରିଛନ୍ତି। ବନ୍ୟପ୍ରାଣୀମାନେ ଫସଲ ନଷ୍ଟ କରୁଛନ୍ତି। ବନ ବିଭାଗକୁ ଜଣାଇଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏପରି ସ୍ଥିତିରେ ଦେଓଗାଁ ବ୍ଲକରେ ଚଳିତ ବର୍ଷ ଡଙ୍ଗର ତଳେ ଥିବା ଶହ ଶହ ଏକର ଚାଷ ଜମି ପଡ଼ିଆ ପଡ଼ିଥିବା ଦେଖିବାକୁ ମିଳିଛି। ଗୁଏଲବାହାଲି ଡଙ୍ଗର ତଳେ ଥିବା ପ୍ରୋଜେକ୍ଟ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏ ସଂକ୍ରାନ୍ତରେ ଜମି ମାଲିକମାନଙ୍କୁ ପଚାରିବାରୁ ଧାନ ଚାଷର ଠିକ୍ ଉତ୍ପାଦନ ସମୟରେ ବରାହମାନେ ଆସି ଧାନ ଫସଲକୁ ନଷ୍ଟ କରି ଦେଉଥିବାରୁ ପ୍ରତି ବର୍ଷ କ୍ଷତି ହେଉଛି। ବନ ବିଭାଗକୁ ଅଭିଯୋଗ କଲେ ମଧ୍ୟ ଶୁଣୁ ନଥିବାରୁ ବାଧ୍ୟ ହୋଇ ଚାଷ କରିନାହାନ୍ତି ବୋଲି କହିଛନ୍ତି।

jayashree
Leave A Reply

Your email address will not be published.