କେଉଁ କାରଣରୁ ସମ୍ପିଆ ବନୁପାଲି ରାସ୍ତା ହେଉନାହିଁ, ପଚାରୁଛ‌ନ୍ତି ଜନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସଂପିଆ ଛକରୁ ବନୁପାଲି ରାସ୍ତା ନାହିଁ ନଥିବାର ଅବସ୍ଥା ଦେଖିବାକୁ ମିଳୁଛି । କିଛି ବର୍ଷ ପୂର୍ବରୁ ଏହି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇ କାର୍ଯ୍ୟ କରାଯାଇଥିଲା । କିନ୍ତୁ ଠିକାଦାର ଓ ଆରଡି ବିଭାଗର ମଧୁଚ‌ନ୍ଦ୍ରିକାରେ ରାସ୍ତାକୁ ଠିକ୍ ଭାବରେ ତିଆରି ନ କରିବାରୁ ଗେଠି ସବୁ ଉପୁଡି ଯାଇ ଲୋକେ ଯାତାୟାତ କରିପାରୁ ନାହାନ୍ତି । ବାରମ୍ବାର ଅଭିଯୋଗ କରୁଥିଲେ ହେଁ ପ୍ରଶାସନ ଶୁଣୁନାହିଁ । କେଉଁ କାରଣରୁ ଏହା ମରାମତି କରା ଯାଉନାହିଁ, ଏହା ଏକ ପ୍ରଶ୍ନବାଚୀ ହୋଇଛି ସାଧାରଣରେ । ତେଣୁ ଶୀଘ୍ର କାର୍ୟ୍ୟାରମ୍ଭ କରିବାକୁ ସମାଜସେବୀ ଯୁଧିଷ୍ଠିର ବାରିକ ଦାବୀ କରିଛନ୍ତି ।

Leave A Reply

Your email address will not be published.