ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ଯତା ପ୍ରମାଣପତ୍ର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) :
ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା ମାଧ୍ୟମରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଭିନ୍ନ ୱାର୍ଡର ୨୪୮ ଜଣ ହିତାଧିକାରୀଙ୍କୁ ବସ୍ତିବାସିନ୍ଦା ଭୂମି ଯୋଗ୍ଯତା ପ୍ରମାଣପତ୍ର ପ୍ରଦାନ କରା ଯାଇଛି । ଉପଲକ୍ଷେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଯୋଗଦାନ କରି ଯୋଗ୍ଯ ହିତାଧିକାରୀଙ୍କୁ ବସ୍ତିବାସିନ୍ଦା ଭୂମି ଯୋଗ୍ଯତା ପ୍ରମାଣପତ୍ର ବଣ୍ଟନ କରିଥିଲେ । ଶ୍ରୀ ବରିହା ତାଙ୍କ ବକ୍ତବ୍ଯରେ ସରକାରଙ୍କ ଜନ କଲ୍ଯାଣକାରୀ ଯୋଜନା ଉପରେ ଆଲୋକପାତ କରିବା ସହିତ ସମସ୍ତ ଯୋଗ୍ଯ ହିତାଧିକାରୀ ଯେପରି ବିଭିନ୍ନ ଯୋଜନା ମାଧ୍ୟମରେ ଉପକୃତ ହୋଇ ପାରିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ପଦ୍ମପୁର ସହରକୁ ସ୍ବଚ୍ଛ,ସୁନ୍ଦର, ଏବଂ ଏକ ବିକାଶିତ ସହରରେ ପରିଣତ କରିବା ପାଇଁ ସମସ୍ତଙ୍କର ସହଯୋଗ ଲୋଡିଥିଲେ । ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟନ୍ତ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରି ଜାଗା ମିଶନ ଯୋଜନା ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପଦ୍ମପୁର କମ୍ଯୁନିଷ୍ଟ ଅର୍ଗାନାଇଜର ଚିତ୍ରୋତ୍ପଳା ମେହେର, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ବିଜ୍ଞାପିତ କାର୍ଯ୍ୟାଳୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସଭା ଶେଷରେ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଧର୍ମପ୍ରିୟ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.