pakka

ଓମିକ୍ରନ୍‌ ସଂକ୍ରମଣ ରୋକିବାକୁ ଅଂଟା ଭିଡ଼ିଲା ବଲାଙ୍ଗିର ଜିଲ୍ଲା ପ୍ରଶାସନ : ନୂଆଁବର୍ଷ ପାଳନ ପାର୍ଟି, ପିକ୍‌ନିକ୍‌, ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବନ୍ଦ… ଦେବଦର୍ଶନ ବି ମନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ ଓମିକ୍ରନ୍‌ ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ମଧ୍ୟ ତାର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଓଡ଼ିଶାରେ ବି ନିଜର ସ୍ଥିତି ଜାହିର୍‌ କରିବା ସହ ସଂକ୍ରମଣ ପ୍ରଭାବକୁ ବଳିଷ୍ଠ କରିବାରେ ଲାଗିଛି ଓମିକ୍ରନ୍‌ । ଏହି କ୍ରମରେ ସଂକ୍ରମଣ ରୋକିବା ଦିଗରେ ଅଂଟା ଭିଡ଼ିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ନୂଆବର୍ଷ ପାଳନ ଅବସରରେ ପାର୍ଟି, ପିକ୍‌ନିକ୍‌, ଜିରୋ ନାଇଟ୍‌ ସେଲିବ୍ରେସନ୍‌କୁ ବାରଣ କରାଯାଇଥିବା ବେଳେ ସମସ୍ତ ପ୍ରକାର ଜନଗହଳିକୁ ରୋକିବା ନିମନ୍ତେ କୋଭିଡ୍‌ କଟକଣା ବଳବତ୍ତର କରାଯାଇଛି । ବଲାଙ୍ଗିର ଦେବୋତ୍ତର ବିଭାଗ ପକ୍ଷରୁ ସ୍ଥାନୀୟ ଗୋପାଲଜୀ ମନ୍ଦିର, ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, ଲୋକନାଥ ମନ୍ଦିର, ଦୁର୍ଗା ମନ୍ଦିର, ରାମଚରିତ ମାନସ ମନ୍ଦିର ଓ ନରସିଂହ ମନ୍ଦିରରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ପାଇଁ ଆଜିଠାରୁ ୨ ତାରିଖ ପର୍ୟ୍ୟନ୍ତ ଦେବଦର୍ଶନ ମନା କରାଯାଇଛି । ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ୟ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ଏକ ଆଦେଶନାମାରେ ଏହି ଘୋଷଣା କରିଛନ୍ତି । ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଥିବା ବେଳେ ଜନଗହଳି ରୋକିବାକୁ ବିଶେଷ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.

3 + nine =