pakka

ରାଜସ୍ୱ ସେକ୍ରଟାରୀଙ୍କୁ ଭେଟିଲା ପଦ୍ମପୁର ଓକିଲ ସଂଘ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁଙ୍କ ନେତୃତ୍ୱରେ ଓକିଲ ସଂଘର ଏକ ପ୍ରତିନିଧି ଦଳ ରାଜସ୍ବ ସେକ୍ରେଟାରୀ ଆର୍‌ଡିସି(ଏନ୍‌.ଡି.) ସମ୍‌ମ୍ବଲପୁର ଡିଭିଜନ ଭିନସେଣ୍ଟ ପୁନମ୍ ଏକ୍କାଙ୍କୁ ଭେଟିଥିଲେ । ଏ ଅବସରରେ ଅଞ୍ଚଳର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ପଦ୍ମପୁରରେ ଅତିରିକ୍ତ ଜିଲ୍ଲାପାଳଙ୍କ କେମ୍ପକୋର୍ଟ କରି ସମସ୍ୟା ଗୁଡ଼ିକର ଯଥାଶୀଘ୍ର ସମାଧାନ କରିବା ପାଇଁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ହମିଦ୍ ସମୟର ବିକ୍ରିନାମା ଜନିତ ସମସ୍ୟାଗୁଡ଼ିକର ସମାଧାନ ପାଇଁ ପଦ୍ମପୁର ତହସିଲ ଅଫିସରେ ସମାଧାନ କରିବା ପାଇଁ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ପଦ୍ମପୁର ସବକଲେକ୍ଟର୍ କୋର୍ଟକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ପଦ୍ମପୁର ଓକିଲ ସଂଘ ଅନୁରୋଧ କରିଥିଲେ ଏବଂ ଅଞ୍ଚଳର ଅନ୍ୟାନ୍ୟ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ରାଜସ୍ବ ସେକ୍ରେଟାରୀ ଶ୍ରୀ ଏକ୍କା ଓକିଲ ସଂଘର ଦାବୀ ଉପରେ ବିଚାର କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏ ପ୍ରତିନିଧି ଦଳରେ ଓକିଲ ସଂଘର ସଂପାଦକ ପ୍ରଶାନ୍ତ କୁମାର ମାଝି, ସହସଂପାଦକ ଚିନ୍ମୟ କୁମାର ପଣ୍ଡା, ବରିଷ୍ଠ ଓକିଲ ଆନନ୍ଦ କୁମାର ପଣ୍ଡା, ଆଶିଷ କୁମାର ମିଶ୍ର, ଆଦିତ୍ୟ କୁମାର ରଥ ଏବଂ ରୋହିତ କୁମାର ଭୋଇ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.

13 − nine =