ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଁଖାଇ ପାଳନ ପାଇଁ ସରକାରୀ କଟକଣା କୋହଳ କରାଯାଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୩ତାରିଖରେ କୋଶଳାଂଚଳର ମହାନ ଗଣପର୍ବ ତଥା କୃଷିଭିତ୍ତିକ ପର୍ବ, ଏକ ଐତିହାସିକ ପର୍ବ ଓ ଏ ଅଂଚଳର ସମସ୍ତ ମାନସ ପଟରେ ଜଡିତ ଥିବାରୁ କୋଭିଡ-୧୯ ପାଇଁ ଲାଗୁ ହେଉଥିବା ସରକାରୀ କଟକଣାକୁ କୋହଳ କରିବା ପାଇଁ ବଲାଙ୍ଗିର ନାଗରିକ କମିଟିର ସଭାପତି ବିକ୍ରମ ବହିଦାର ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି । ଏ ପର୍ବ କେବଳ ପଶ୍ଚିମ ଓଡିଶାରେ ନୁହେଁ ଦେଶ ବିଦେଶରେ ମଧ୍ୟ ଥିବା ଓଡିଆମାନେ ଆଗ୍ରହର ସହ ପାଳନ କରିଥାନ୍ତି । ତେଣୁ ଆସନ୍ତା ୨୨,୨୩ ଓ ୨୪ ତାରିଖରେ ସାମାଜିକ ଦୂରତା ରକ୍ଷା ସହ ପ୍ରଶାସନ ଏ ଅଂଚଳବାସୀଙ୍କ ଆବେଗରେ ସହଯୋଗ କରନ୍ତୁ ବୋଲି ଶ୍ରୀ ବହିଦାର ନିବେଦନ କରିଛନ୍ତି । ଅତୀତରେ ସରକାରୀ କାର୍ଯ୍ୟକ୍ରମରେ ସରକାର ଓ ପ୍ରଶାସନ ବିଭିନ୍ନ କଟକଣାକୁ କୋହଳ କରି ଅନେକ ସଂଖ୍ୟାର ଗହଳି କରିଥିବା ନଜିର ମଧ୍ୟ ଅଛି । ଏଣୁ ଏହି ପର୍ବ ଉପରେ ଯଦି କଟକଣା ନ ଉଠାଯାଏ, ତେବେ ସରକାର ଓ ପ୍ରଶାସନର ଆହୁରି ଏକ ଏ ଅଂଚଳ ପ୍ରତି ବୈମାତୃକ ଭାବ ପ୍ରଦର୍ଶନର ଉଦାହରଣ ସୃଷ୍ଟି କରିବେ ବୋଲି ସେ କହିଛନ୍ତି । ଏ ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ମଧ୍ୟ ଏକ ଦାବୀପତ୍ର ପ୍ରଦାନ କରାଯିବ । ଆବଶ୍ୟକ ପଡିଲେ ଏ ଅଂଚଳର ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ନୂଆଁଖାଇ ପରି·ଳନା କମିଟି ଗଠନ ପାଇଁ ପ୍ରସ୍ତାବ ରଖାଯାଇଛି ।

Leave A Reply

Your email address will not be published.