ମୁକ୍ତିଲାଭ କଲା କୋଶଲୀ ସର୍ଟ ଫିଲ୍ମ ‘ନୂଆଁଖାଇର ଫଏସଲା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁକ୍ତିଲାଭ କରିଛି କୋଶଲୀ ସର୍ଟ ଫିଲ୍ମ ‘ନୂଆଁଖାଇର ଫଏସଲା’ । ଏହାର ନିର୍ମାତା ହେଉଛନ୍ତି ରବି ଖମାରୀ । ଏହାକୁ ରଚନା କରିଛନ୍ତି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ । ଏସ୍‌. ସରୋଜ କୁମାର ଓ ବିନୋଦ କୁମାର କାଏସାଏ ଏହା ନିର୍ଦ୍ଦେଶନା ଦାୟିତ୍ୱ ନିଭେଇଥିବା ବେଳେ ଏଥିରେ ଅଭିନୟ କରିଛନ୍ତି କପିଳେଶ୍ୱର, ହିମାଂଶୁ, ଅଶୋକ, ଲଳିତ, ଗୋବର୍ଦ୍ଧନ, ମୁକେଶ, ଶୁଭମ୍‌, ସର୍ମିଷ୍ଟା, ଅଷ୍ଟମୀ, ଅନିମା, ଅସୀମା ଓ ପଙ୍କଜିନୀ । ସଂପୂର୍ଣ୍ଣ ଜନଜୀବନ ଉପରେ ଆଧାରିତ ଏହି ସର୍ଟ ଫିଲ୍ମ ନିହାତି ଦର୍ଶକମାନଙ୍କ ବିମୋହିତ କରିବ ବୋଲି ବିଶ୍ୱାସ କରାଯାଉଛି ।

Leave A Reply

Your email address will not be published.