oom

ସସ୍ତୁପାଲି ଗ୍ରାମବାସୀଙ୍କ ତରଫରୁ ନୂଆଁଖାଇ ଭେଟଘାଟ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଚକରକେନ ପଞ୍ଚାୟତ ଅଧିନରେ ଥିବା ସସ୍ତୁପାଲି ଗ୍ରାମବାସୀଙ୍କ ତରଫରୁ ନୂଆଁଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ତଥା ୟୁବ ସଂଗଠକ ଉମେଶ ପଣ୍ଡା, ଟାଉନ ସଭାପତି କିଶୋର ମିଶ୍ର, ଜିଲ୍ଲା ପରିଷଦ ଉମେଶ ବେହେରା, ପଦ୍ମଶ୍ରୀ ହଳଧର ନାଗ ଯୋଗଦାନ କରି ଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ଚଟଣି ମାଷ୍ଟର ଗୌରହରି ସା, ଜଗବନ୍ଧୁ ମଞ୍ଚକୁ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାର ନାଚ, ଗୀତ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିଲା । ଶେଷରେ ମାନପତ୍ର ଦେଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଯୁବାଖୋଲ ଗ୍ରାମର ଯୁବ କବି ତଥା ସମାଜସେବୀ ଆଶିଷ ଜ୍ୟୋତିଷ ଚାଷୀଙ୍କ ଦୁଃଖର କଥାକୁ ନେଇ ତା’ ଉପରେ କବିତା ପଠନ କରିଥିଲେ । କବିତା ଶେଷରେ ତାଙ୍କୁ ଫୁଲମାଳ ଓ ଗାମୁଛା ଦେଇ ସମ୍ମାନିତ କରାଯାଇଥିଲା । ସସ୍ତୁପାଲି ଗ୍ରାମର ରୁଷି ସାହୁ, ରାଜେଶ ଦେବତା, ତ୍ରିଲୋଚନ ବଗର୍ତ୍ତୀ, ଲିଙ୍ଗରାଜ ସାହୁ, କୁଶ ସାହୁ, ବିଶ୍ୱ ସାହୁ, ଅନ୍ତ ସାହୁ, ଶେଷ ସାହୁ, ଲବ ସାହୁ, ରାଧାକାନ୍ତ ସାହୁ, ଭୋଜରାଜ ସାହୁ, ରାଧେଶ୍ୟାମ ସାହୁ, ବିଜୁ, ରିଙ୍କୁ, ସୁଶୀଲ, ଲୋକେଶ, ଧିରେନ, ଚନ୍ଦ୍ର, ସେବକ, ରଞ୍ଜନ, ଜୟକୁମାର, ଚରଣ ଏବଂ ଗ୍ରାମର ସମସ୍ତେ ମିଶି ନୂଆଁଖାଇ ଭେଟଘାଟକୁ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.