pr

ନୃସଂଶ କାଣ୍ଡ ଭିଆଇଁଲେ ମାଓବାଦୀ : ଘରୁ ଡାକି ନେଇ ଗାଁମୁଣ୍ଡରେ କଲେ ହତ୍ୟା

dr. purohit

ମାଲକାନଗିରି : ଆଜି ପୁଣି ମାଓବାଦୀମାନେ ଭିଆଇଛନ୍ତି ନୃସଂଶ କାଣ୍ଡ । ସୂଚନା ଅନୁସାରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଜଣକୁ ପୁଲିସ ଇନଫର୍ମର କହି ହାତ ବାନ୍ଧି ମୁଣ୍ଡ ପଛରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ମାରି ଦେଇଥିବା ଖବର ମିଳିଛି। ମୃତକ ଜଣକ ହେଉଛନ୍ତି ଆନ୍ଧ୍ର ପ୍ରଦେଶ ବିଶାଖାପାଟନମ ଜିଲ୍ଲାର ପେଦାବାଇଲୁ ବ୍ଲକର ବିନିଲକୋଟା ପଞ୍ଚାୟତ ଅନ୍ତର୍ଗତ ଚିନ୍ତାଗୁରୁ ଗ୍ରାମର ସତୀଶ ବାବୁ। ତାଙ୍କୁ କରୁକୋଣ୍ଡାଦଲମ ମାଓବାଦୀମାନେ ହତ୍ୟା କରିଥିବା ସୂଚନାରେ କୁହାଯାଇଛି । ଗତକାଲି ରାତି ପ୍ରାୟ ଦୁଇଟା ବେଳେ କୋଡ଼ିଏରୁ ଅଧିକ ମାଓବାଦୀ ଆସି ସତୀଶ ବାବୁଙ୍କୁ ଘରୁ ଡାକି ନେଇ ଚିନ୍ତାଗୁରୁ ଗାଁ ମୁଣ୍ଡରେ ହତ୍ୟା କରିଥିଲେ ଏବଂ ଘଟଣା ସ୍ଥଳରେ ଏକ ଚିଠି ଛାଡ଼ିଥିଲେ । ମାଓବାଦୀମାନେ ଚିଠିରେ ସତୀଶ ବାବୁଙ୍କୁ ପୁଲିସ ଇନଫର୍ମର ଓ ଗଞ୍ଜେଇ ବ୍ୟବସାୟ କରିବା ଏବଂ ଆଦିବାସୀଙ୍କୁ ହଇରାଣ କରୁଥିବାରୁ ହତ୍ୟା କରିଥିବା ଦର୍ଶାଇଛନ୍ତି ।

nrusinghnath
Leave A Reply

Your email address will not be published.