centurian jitm

ଭିଜିଲାନ୍ସ ପନ୍‌ଝା ଥି ଲୋୟର୍‌ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ : ଯେତେ ଆଁଚ୍‌ରିଲେ ସେତେ ବାହାରୁଛେ ଅଚାଲ୍‌ଚାଲ୍‌ ସଂପତ୍ତି

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଲୋୟର୍‌ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କର୍‌ ଘରେ ଭିଜିଲାନ୍ସ ରେଡ୍ ଥି ଯେତେ ଆଁଚ୍‌ରିଲେ ସେତେ ବାହାରୁଛେ ସଂପତ୍ତି । ସବୁଠାନୁ ବଡ୍‌ କଥା ହେଲା, କୁବେର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କର୍‌ ରାଜ୍ୟ ବାହାରେ ବି ୨ଟା ପ୍ଲଟ୍ ଥିବାର୍‌ ପତା ମିଲୁଛେ । ଉତ୍ତରପ୍ରଦେଶର ମଥୁରା ନେ କୁବେର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କର୍‌ ୨ଟା ପ୍ଲଟ୍ ଠାବ୍‌ କରିଛେ ଭିଜିଲାନ୍ସ ବିଭାଗ । ଏତ୍‌କି ବେଳ୍‌ ତକ୍‌ ୨ କୋଟି ୨୬ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଭିଜିଲାନ୍ସର ନଜର୍‌ କେ ଆସ୍‌ଲାନ’ । ଇ’ ଚଢ଼ଉ ଥି ଯନ୍ତ୍ରୀଙ୍କର୍‌ ଟୋଟାଲ୍‌ ୩୬ଟା ପ୍ଲଟ୍‌ ପାଏଲାନ’ ଭିଜିଲାନ୍ସ । ସେଥି ଫେର୍‌ ଢେଙ୍କାନାଳ ନେ ଗୁଟେ ଫାର୍ମ ହାଉସ ମଧ୍ୟ ଠାବ କରିଛେ ଭିଜିଲାନ୍ସ ବିଭାଗ । ବଲାଙ୍ଗିର ଲୋୟର୍‌ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତ୍‌ ଗଲାକାଲି ଆୟ ବହିର୍ଭୂତ ସମ୍ପତ୍ତି ଠୋଲ୍‌ ଅଭିଯୋଗ ନେ ଭିଜିଲାନ୍ସ ଜାଲେ ପଡ଼ିଥିବାର ବେଲ୍‌କେ ବଲାଙ୍ଗିର ସହରର୍‌ ତାଙ୍କର ଘର୍‌, ଅଫିସ୍‌ ସାଂଗେ ଓଡ଼ିଶାର ୯ଟା ଜାଗା ନେ ରେଡ୍‌ ମାରିଛେ ଭିଜିଲାନ୍ସ ବିଭାଗ । ୩ ବର୍ଷ ହେଲା ବଲାଙ୍ଗିର ଲୋୟର୍‌ ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ କାମ୍‌ କରୁଛନ୍‌ ସୁନୀଲ ରାଉତ୍‌ ।

Leave A Reply

Your email address will not be published.