ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ଶିବିର ମ୍ୟାଲେରିଆ ନିରାକରଣ ପରୀକ୍ଷା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଓ ବେଲପଡା ବ୍ଲକର ସୀମାର ଗମନାଗମନ ରାସ୍ତାଘାଟ ନଥିବା ଘଂଚ ଜଂଗଳ ଭିତର ଗାଁ ଗୁହିରାପଦରରେ ସୋମବାର ଦିନ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି ସ୍ୱାସ୍ଥ୍ୟ ଶିବିରଟି ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦ୍ୱାରା ଅନୁଷ୍ଟିତ ହୋଇଛି । ଗାଁଟି ସମ୍ପୂର୍ଣ୍ଣ ରୁପେ ଜଂଗଳି ପାହାଡ ତଲିଆ ଗାଁ କେବଳ କ୍ୱାକ୍‌ ଡାକ୍ତରମାନଙ୍କ ଦ୍ୱାରା ହିଁ ବର୍ଷ ତମାମ ବିଭିନ୍ନ ରୋଗର ଚିକିତ୍ସା କରାଇଥାନ୍ତି । ସୋମବାର ଦିନର ସ୍ୱାସ୍ଥ୍ୟ ଶିବିରରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟାଧିକ ଚିହ୍ନଟ ହୋଇଥିଲେ । ପାହାଡି ତଳିଆ ଗାଁ ହୋଇଥିବାରୁ ଗାଁର ଅନେକ ମହିଳା ପୁରୁଷ, ଛୋଟ ଛୋଟ ଝିଅ ଏବଂ ପୁଅମାନେ କାଶ ଥଣ୍ଡା ଏବଂ ଝାଡାବାନ୍ତି ଭଳି ରୋଗ ଦେଖିବାକୁ ମିଳିଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ଆୟୁଷ ମେଡିକାଲ୍‌ ଅଫିସର ବବଲୁରାମ ମେହେର, ପ୍ରକାଶ ଚନ୍ଦ୍ର ବାଗ(ସ୍ୱାସ୍ଥ୍ୟ କର୍ମୀ ପୁରୁଷ), ମହିଳା ସ୍ୱାସ୍ଥ୍ୟ କର୍ମୀ ସସ୍ମିତା ପୁରୋହିତ, ସିଏଚ୍‌ଓ କଲ୍ୟାଣି କିଶାନ, ଆଙ୍ଗନୱାଡି କର୍ମୀ ଡୁଲେଶ୍ୱରୀ ସାହୁ, ଆଶା ଜମୁନା ଭୋଇ ସାମିଲ ହୋଇଥିଲେ । ମୋଟ ୯୫ ଜଣଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ୨୦ ଜଣଙ୍କୁ ଘରକୁ ଘର ଯାଇ ଚିକିତ୍ସା କରାଯାଇଥିଲା ଓ ୮୫ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା ଯାହା ସମସ୍ତଙ୍କ ମ୍ୟାଲେରିଆ ନେଗେଟିଭ୍‌ ଜଣାପଡିଥିଲା ।

Leave A Reply

Your email address will not be published.