ଝରବାହାଲି ବିଦ୍ୟାଳୟରୁ ଏମ୍‌ଡିଏମ୍‌ ଟଙ୍କା ଆତ୍ମସାତ ଓ କାର୍ଯ୍ୟରେ ଅବହେଳା ଅଭିଯୋଗ ଘଟଣାରେ : ପ୍ରଧାନ ଶିକ୍ଷକ ନିଳମ୍ବିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ପ୍ରକଳ୍ପ ଉଚ୍ଚ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ଭୋଜନ ବାବଦରେ ୧ ଲକ୍ଷ ଟଙ୍କା ଉଠାଣ କରି ଆତ୍ମସାତ କରିବା ଓ କାର୍ଯ୍ୟରେ ଅବହେଳା କରି ଆସୁଥିବା ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ ସଇଁତଲା ବ୍ଲକ ଶିକ୍ଷା ବିଭାଗ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଏନେଇ ବାରମ୍ବାର ଖବର ପ୍ରକାଶିତ ହେବା ପରେ ଶିକ୍ଷା ବିଭାଗ ତତ୍ପରତା ଦେଖାଇଇ ପ୍ରଧାନ ଶିକ୍ଷକ ବିଜୟ ମଲ୍ଲିକଙ୍କୁ ଏମ୍‌ଡିଏମ୍‌ ଟଙ୍କା ବିନା ରିଜୁଲେସନ୍‌ରେ ଉଠାଣ କରିବା ଓ ବିଦ୍ୟାଳୟକୁ ମନମୁଖୀ ଯାଉଥିବା ଘଟଣାରେ ସଇଁତଳା ଶିକ୍ଷା ବିଭାଗ ଚିଠି ନଂ ୨୧୪୨ ଓ ତାରିଖ ୩୦.୧୧.୨୦୨୩ ଅନୁସାରେ ପ୍ରଧାନ ଶିକ୍ଷକ ବିଜୟ ମଲ୍ଲିକଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଛନ୍ତି ।

Leave A Reply

Your email address will not be published.