ସିଲେଟପଡ଼ାରୁ ଜଣେ ୨୧ବର୍ଷୀୟା ଯୁବତୀ ୩ ଦିନ ହେବ ଘରୁ ନିଖୋଜ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଲଖନା ପଞ୍ଚାୟତ ସିଲେଟପଡ଼ା ଗ୍ରାମର ମିଥିଳା ରଣା ନାମକ ଜଣେ ୨୧ବର୍ଷୀୟା ଯୁବତୀ ତିନି ଦିନ ହେବ ଘରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଏତଲା ହୋଇଛି । ସିଲେଟପଡ଼ା ଗ୍ରାମର ତାରାଚନ୍ଦ ରଣାଙ୍କ ଝିଅ ମିଥିଳା ଗତ ୧୭ ତାରିଖ ଦିନ ୧୦ଟା ବେଳେ ଘରୁ ବାହାରି ମୁରିବାହାଲରୁ ଆସୁଛି କହି ଯାଇଥିବା ବେଳେ ସେ ଆଉ ଘରକୁ ଫେରି ନ ଥିଲେ । ପରିବାର ଲୋକେ ତାଙ୍କୁ ନିଜ ସମ୍ପର୍କୀୟଙ୍କ ଘରଠାରୁ ଆରମ୍ଭ କରି ବହୁ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଶେଷରେ ମୁରିବାହାଲ ଥାନାରେ ଏକ ଏତଲା ଦେଇଥିଲେ । ଏ ସମ୍ପର୍କରେ ଥାନାରେ କେସ ନଂ ୫୨/୨୪ରେ ଏକ ନିଖୋଜ ମାମଲା ରୁଜ୍ଜୁ ହୋଇ ବିଭିନ୍ନ ଦିଗକୁ ନେଇ ଅଧିକ ପଚରା ଉଚରା ସହ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.