ହୋଲି ଖେଳି ସାରି ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇ ୬ ଜଣ ନିଖୋଜ ଘଟଣା : ୫ ମୃତଦେହ ଉଦ୍ଧାର

ଯାଜପୁର ରୋଡ୍ : ଯାଜପୁର ଜିଲ୍ଲା ଖରସ୍ରୋତା ନଦୀକୁ ଶୁକ୍ରବାର ଗାଧୋଇବାକୁ ଯାଇଥିବା ବେଳେ ବୁଡିଯାଇ ୬ ଜଣ ନିଖୋଜ ହୋଇଥିଲେ । ଖବର ପାଇ ଅଗ୍ନିଶମ, ଓଡ୍ରାଫ ବାହିନୀ ମିଳିତ ଭାବେ ନଦୀରେ ଗତ ୨ ଦିନ ଧରି ଖୋଜାଖୋଜି ଜାରି ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଶନିବାର ଦିନ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ଶନିବାର ସକାଳେ ଓଡ୍ରାଫ ଟିମ୍ ଖୋଜାଖୋଜି କରି କ୍ରିଷ୍ଣା ଜେନାଙ୍କ ମୃତଦେହ ଉଦ୍ଧାର କରିଥିଲା । ସେହିପରି ରାତିରେ ସ୍ଥାନୀୟ ବନ୍ଧମୁଣ୍ଡା ଅଞ୍ଚଳର ରଶ୍ମିରଞ୍ଜନ ଯେନାଙ୍କ ମୃତଦେହ ଉଦ୍ଧାର କରିଥିଲେ । ତେବେ ଏବେ ବି ଆଉ ଜଣେ ଛାତ୍ର ନିଖୋଜ ଅଛନ୍ତି ।

Leave A Reply

Your email address will not be published.