ନାରେନ୍ ଏଏନ୍ଏମ୍‌ ସେଣ୍ଟର ପାଖରେ ବାଇକ ଚାଳକ ପଡି ଗୁରୁତର : ରାସ୍ତା ନିର୍ମାଣ ବେଳେ ବିନା ଫଳକ ଯୋଗୁଁ ଦୁର୍ଘଟଣା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ରୁ ସିନ୍ଧେକେଲା ଯିବା ମୁଖ୍ୟ ରାସ୍ତା ନିର୍ମାଣ କାମ ଚାଲିଥିବା ବେଳେ ବିନା ଫଳକ ଲଗାଇ କାମ କରୁଥିବା ଯୋଗୁଁ କଲଭର୍ଟ ନିକଟ ପୋଲିଆ ଭିତରେ ପଶି ଯାଇ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳ ସ୍ୱରୂପ କଳାହାଣ୍ଡି ଜିଲ୍ଲାର ଗୋବିନ୍ଦ ମାଝୀ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ସ୍ଥାନୀୟ ଲୋକେ ପଠାଇଥିବା ବେଳେ ଅନ୍ୟ ଜଣେ କମ୍‌ ଆଘାତ ପାଇଥିବା ସୂଚନା ମିଳିଛି । ତେବେ ଠିକା ସଂସ୍ଥା ଦ୍ୱାରା ଅବହେଳାର ଫଳ ସ୍ୱରୂପ ଏଭଳି ଦୁର୍ଘଟଣା ଘଟିଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଯଦି ଏଭଳି ଅସାବଧାନତା କରି ଠିକାଦାର କାମ କରିବା ଯୋଗୁଁ କାହାର ଧନ ଜୀବନ ପ୍ରତି ବିପଦ ରହୁଥିବା କେହି ଏଡାଇ ପାରିବେନି । ଏଣୁ ଜୈନିକ ଠିକା ସଂସ୍ଥା ତଥା ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ କାର୍ଯ୍ୟ ଜାରି ବୋର୍ଡ ଲଗାଇବାକୁ ଦାବି ହେଉଛି ।

Leave A Reply

Your email address will not be published.