ବାଇକର ସାଇଡ ପ୍ୟାନେଲ ଭିତରେ ୪ ଫୁଟ ଲମ୍ବର ନାଗସାପ

ଭୁବନେଶ୍ୱର, (ଶୁସା‌ନ୍ତ ସାହୁ) : ବାଇକର ସାଇଡ ପ୍ୟାନେଲ ଭିତରେ ଏକ ନାଗସାପ ଦେଖିବାକୁ ମିଳିଛି । ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟସ୍ଥ ସରକଣା ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଇକର ସାଇଡ ପ୍ୟାନେଲ ଭିତରେ ନାଗସାପ ଦେଖିବା ପରେ ବାଇକ ମାଲିକ ବିମଳ କୁମାର ସାହୁ ସ୍ନେକ ହେଲ୍ପ ଲାଇନକୁ ସାହାଯ୍ୟ ପାଇଁ ଫୋନ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ୟ୍ୟ ପହଞ୍ଚି ସତର୍କତାର ସହିତ ୪ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରି ସାପଟିକୁ ନିକଟ‌ସ୍ଥ ଜ‌ଙ୍ଗଳରେ ଛାଡି ଦେଇଥିଲେ ।

Leave A Reply

Your email address will not be published.

error: Content is protected !!