pr

ସାଂସଦ ପ୍ରଦୀପ ପୁରୋହିତଙ୍କୁ ନାଗରିକ ସମ୍ବର୍ଦ୍ଧନା

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ପ୍ରାୟ ୩ ପିଢ଼ିର ସ୍ୱପ୍ନ, ସ୍ୱାଧୀନତାର ୭୫ ବର୍ଷ ପରେ ଆଜି ପୂରଣ ହେବାକୁ ଯାଉଛି । ଏହାର ଶ୍ରେୟ ଦେଇ ବୋଡାସମ୍ବର ମାଟିର ସୁଯୋଗ୍ୟ ସନ୍ତାନ ତଥା ସାଂସଦ ପ୍ରଦୀପ ପୁରୋହିତଙ୍କୁ ଶ୍ରେୟ ଦେଉଛନ୍ତି ଲୋକେ । ଗତ କିଛି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟ ମଞ୍ଜୁରୀ ପରେ ପ୍ରାୟ ୬ ଟି ନୂତନ ରେଳ ଲାଇନ ପାଇଁ ମଞ୍ଜୁରୀ ମିଳିଥିଲା । ତେବେ କିନ୍ତୁ ବାଦ ପଡିଯାଇଥିଲା ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ପ୍ରସ୍ତାବିତ ବରଗଡ଼ ନୂଆପଡା ଭାୟା ପଦ୍ମପୁର ରେଳ ଲାଇନ । ଏନେଇ ରେଳ ବୋର୍ଡ ତଥା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଆଲୋଚନା କରିବା ସହ କେବଳ ଲାଇନକୁ ମଞ୍ଜୁରୀ ନୁହଁ ବରଂ ଖର୍ଚ୍ଚ ହବାକୁ ଥିବ ସମ୍ପୂର୍ଣ୍ର ରାଶି ମୋଟ ୨,୯୨୬ କୋଟି ଟଙ୍କା ମଧ୍ୟ ବ୍ୟୟ ଅଟକଳ ପାଇଁ ମଞ୍ଜୁରୀ କରେଇଥିଲେ ସାଂସଦ ପ୍ରଦୀପ ପୁରୋହିତ । ତେବେ ଏନେଇ ନିଜର ଦୀର୍ଘ ଦିନର ସ୍ୱପ୍ନ ପୁରଣ ହେବାକୁ ଯାଉଥିବାରୁ ଅଞ୍ଚଳବାସୀ ଖୁସି ହୋଇ ପଦ୍ମପୁର ସ୍ଥାନୀୟ ରାଜାଜୀ ଟାଉନ ହଲଠାରେ ଏକ ଭବ୍ୟ ସମାରୋହରେ ହଜାର ସଂଖ୍ୟାରେ ଯୋଗଦେଇ ସାଂସଦ ପୁରୋହିତଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ସହ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଜନତାଙ୍କୁ ସମ୍ବୋଧିତ କରି ସାଂସଦ ପ୍ରଦୀପ ପୁରୋହିତ ନିଜର ଅନୁଭୂତି ବର୍ଣ୍ଣନା ସହ ବିରୋଧୀ ନିଜେ କାମ କରୁ ନାହାନ୍ତି କିନ୍ତୁ କାମ ହେଲେ ସହି ନପାରି ଲୋକଙ୍କୁ ଭୁଆଁ ବୁଲେଇ ବିକାଶକୁ ଅଟକାଇବାକୁ ଚାହୁଁଛନ୍ତି ଏବଂ ରେଳ ଲାଇନ ଆସିଲେ ଗନ୍ଧମାର୍ଦନକୁ ବିପଦ ଥିବା ଅପପ୍ରଚାର ସମ୍ପୂର୍ଣ୍ଣ ମିଥ୍ୟା ଅଟେ ରେଳ କେବଳ ଲୋକଙ୍କ ପାଇଁ ଏବଂ ପ୍ରଦୀପ ପୁରୋହିତ ବଞ୍ଚି ରହିଥିବା ପର୍ଯ୍ୟନ୍ତ ଯିଏ ଆସିଲେ ବି ଗନ୍ଧମାର୍ଦନର ସୁରକ୍ଷା ଏବଂ ଗୋଟିଏ ଗୋଟିଏ ଇଞ୍ଚକୁ ବଂଚେଇବା ପାଇଁ ସଂକଳ୍ପବଦ୍ଧ ବୋଲି କହିଥିଲେ । ଏହା ସହ ପଦ୍ମପୁର ଅଞ୍ଚଳର ଦୀର୍ଘ ଦିନର ଜିଲ୍ଲା ଦାବିକୁ ନେଇ ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନରେ ଯଦି ରାଜ୍ୟ ସରକାର ଜିଲ୍ଲା ପୁନର୍ଗଠନ ପାଇଁ ଚିନ୍ତା କରନ୍ତି ତେବେ ପଦ୍ମପୁର ପ୍ରଥମ ଜିଲ୍ଲା ହିସାବରେ ସ୍ଥାପିତ ହବ ଏବଂ ଗତ ସରକାରଙ୍କ ଛଳନା ଓ ଜିଲ୍ଲା ଗଠନର ମିଥ୍ୟା ପ୍ରତିଶ୍ରୁତିକୁ ବିଶ୍ୱାସ କରି ଲୋକେ ଆଜି ଜାଣି ସାରିଲେଣି ଓ ଆଗାମୀ ଦିନରେ ଏହାର ଉଚ୍ଚିତ ଜବାବ ଦେବେ ବୋଲି ନିଜ ଅଭିଭାଷଣରେ କହିଥିଲେ ସାଂସଦ ପ୍ରଦୀପ ପୁରୋହିତ । ଏହା ସହ ଜୟ ବୋଡାସମ୍ବର ଜୟ ଗନ୍ଧମାର୍ଦ୍ଦନ ଓ ଜୟ ବାବା ନୃସିଂହନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ସଭା ସ୍ଥଳି ।

nrusinghnath
Leave A Reply

Your email address will not be published.