ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଲା : ଧାଣ୍ଡାମୁଣ୍ଡା ପଞ୍ଚାୟତ ଅର୍ଦ୍ଧ ନିର୍ମିତ ମୁଖ୍ୟ ଦ୍ଵାର ସମ୍ପୂର୍ଣ୍ଣ ହେବ କେବେ ?

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧାଣ୍ଡାମୁଣ୍ଡା ପଞ୍ଚାୟତ ଦୀର୍ଘ ବର୍ଷରୁ ଅର୍ଦ୍ଧ ନିର୍ମିତ ହୋଇ ପଡିରହିଥିବା ମୁଖ୍ୟ ଦ୍ୱାର ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଏହି ଅର୍ଦ୍ଧ ନିର୍ମିତ ମୁଖ୍ୟ ଦ୍ଵାର କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ଅଟକଳ ପରିମାଣ ନାମ ଫଲକ ନଥିବା ବେଳେ ଏହି ଗେଟରେ ଅନେକ ଟଙ୍କା ହେର ଫେର ହୋଇଥିବା ନେଇ ଅଞ୍ଚଳରେ ଆଶଙ୍କା ସୃଷ୍ଟି ହେଉଛି । ଦୀପ ତଳ ଅନ୍ଧାର ଭଳି ଏହି ମୁଖ୍ୟ ଦ୍ୱାରରେ ପ୍ରଶାସନ ଦୃଷ୍ଟି ପଡୁନାହିଁ ବୋଲି ମତ ପ୍ରକାଶ ପାଉଛି । ପଞ୍ଚାୟତ ନିର୍ବାଚନ ଆଉ ଦୁଇ ମାସ ଥିବା ବେଳେ ପଞ୍ଚାୟତ ମୁଖ୍ୟ ଦ୍ଵାର ନିର୍ମାଣ କେବେ ହେବ ବୋଲି ମତ ପ୍ରକାଶ ପାଇଛି । ତୁରନ୍ତ ଏହି ଅର୍ଦ୍ଧ ନିର୍ମିତ ହୋଇଥିବା ମୁଖ୍ୟ ଦ୍ଵାରକୁ ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳରେ ଦାବୀ ହେଉଛି ।

Leave A Reply

Your email address will not be published.