om academy

ପୋଖରୀରେ କାମ କରିବା ବେଳେ ବଜ୍ରାଘାତରେ ଯୁବକ ମୃତ

jsm

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତ ବଜରାପୁର ଗାଁରେ ଚିଙ୍ଗୁଡ଼ି ପୋଖରୀରେ କାମ କରୁଥିବା ବେଳେ ବଜ୍ରାଘାତ ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବରଦା ଅଞ୍ଚଳର ଈଶ୍ୱର ବାସ୍କେ ଚାନ୍ଦବାଲି ବ୍ଲକ ବଜରାପୁର ପଞ୍ଚାୟତରେ ଏକ ଚିଙ୍ଗୁଡ଼ି ପୋଖରୀରେ କାମ କରୁଥିଲେ । ଏହି ସମୟରେ ତାଙ୍କ ଉପରେ ବଜ୍ରାଘାତ ହୋଇଥିଲା । ଫଳରେ ଈଶ୍ଵର ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ଵୁଲାନ୍ସ ଯୋଗେ ତିହିଡ଼ି ମେଡିକାଲକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ଈଶ୍ଵରଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.