ଜିନ୍ଦଲ ସିମେଣ୍ଟ କାରଖାନାରେ ଲୁହା ଖମ୍ଵରେ ଚାପି ହୋଇ ଶ୍ରମିକ ମୃତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ନିକଟସ୍ଥ ଜିନ୍ଦଲ ସିମେଣ୍ଟ କାରଖାନାରେ ବିଳମ୍ଵିତ ରାତିରେ ଲୁହା ଖମ୍ଵରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ, ସୋମବାର ବିଳମ୍ଵିତ ରାତିରେ କୁତ୍ରା ନିକଟସ୍ଥ ଜିନ୍ଦଲ ସିମେଣ୍ଟ କାରଖାନାରେ ଏକ ଟ୍ରେଲରରୁ ବଡ଼ ବଡ଼ ଲୁହା ଖମ୍ଭ ହାଇଡ୍ରା ଯୋଗେ ଓହ୍ଲାଇବା ସମୟରେ ଚାପି ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକଙ୍କ ପରିଚୟ ମିଳିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅସାବଧାନତା ଯୋଗୁ ଏକ ଲୁହା ଖମ୍ଭ ଖସିପଡ଼ି କାର୍ୟ୍ୟରତ ଶ୍ରମିକଙ୍କ ଉପରରେ ପଡ଼ିଯିବାରୁ ଘଟଣାସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

Leave A Reply

Your email address will not be published.