ଚାଷୀମାନଙ୍କୁ ମିଳିନି ଗତବର୍ଷର ପେଥାଇ ସହାୟତା

ଆଗଲପୁର, (ଦେବାଶିଷ ପଧାନ) : ଆଗଲପୁର ତହସିଲ କର୍ତ୍ତୃପକ୍ଷ ଚାଷୀମାନଙ୍କୁ ପେଥାଇ ସହାୟତା ଦେବାରେ ପାତର ଅନ୍ତର କରୁଥିବାର ଅଭିଯୋଗ ହୋଇଛି । ଏହି ତହସିଲ ଅନ୍ତର୍ଗତ ରିନବଚନ ଗ୍ରାମପଞ୍ଚାୟତର ଅନେକ ଚାଷୀଙ୍କ ଗତବର୍ଷ ହୋଇଥିବା ଝଡ଼ବାତ୍ୟା ପେଥାଇରେ ପନିପରିବା ଓ ଧାନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇ ଯାଇଥିଲା । ରିନବଚନ ଗ୍ରାମର ଅନେକ ଚାଷୀ ତହସିଲ କାର୍ୟ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇଗଲେଣି । ଗୋଟିଏ ବର୍ଷରେ ତିନିଜଣ ତହସିଲଦାର ବଦଳି ଥିବାରୁ ଚାଷୀମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । କୋରନା ମହାମାରୀର ପ୍ରକୋପ କମିଲେ ଚାଷୀମାନେ ରାଜରାସ୍ତାରେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି । ତହସିଲଦାର ସନ୍ତୋଷ ଦାସଙ୍କୁ ପଚାରିଲେ ପଇସା ସରିଯାଇଛି, ଆସିଲେ ଦିଆଯିବ ବୋଲି କହୁଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ପାଇଁ ଚାଷୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.