ଅଧାବାଟରେ ଅଟକିଛି ଆମ୍ବପାଲି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : କଥାରେ ଅଛି- ସରକାରୀ ମାଲ୍‌, ଦରିଆ ମେ ଡାଲ୍‌ । ସରକାରଙ୍କ ରାଜକୋଷରୁ ବ୍ୟାପକ ରାଜସ୍ୱ ଖର୍ଚ୍ଚ ପରେ ଦ୍ୱିତୀୟ ଥର ପାଇଁ ଗତ ୨୦୧୭ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଆମ୍ବପାଲି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅଧାବାଟରେ ଅଟକିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଲୋଇସିଂହା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଗତ ୨୦୧୭ ମସିହାରୁ ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ପଂଚାୟତ ଅଧୀନସ୍ଥ ଆମ୍ବପାଲିଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ଦ୍ୱିତୀୟ ଥର ସକାଶେ ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା । ଏନେଇ ଗାଁ ନିକଟସ୍ଥ କୁଶଙ୍ଗାଇ ଜୋରରେ ପାଣିଟ୍ୟାଙ୍କ ନିର୍ମାଣ ଆରମ୍ଭ ହୋଇଛି; ଯାହାକି ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ଜଣାଯାଇଛି । ଏପରିକି ଟ୍ୟାଙ୍କରେ ବିଭିନ୍ନ ପ୍ରକାରର ଗଛଲତା ଉଠିଯାଇଛି । ସେହିପରି ଗାଁକୁ ପାଇପ ବିଛା କାମ ମ୍ମ ଅଧା ପନ୍ତରିଆ ହୋଇ ପଡି ରହିଛି । ସୂଚନା ଥାଉକି, ଦୀର୍ଘ ୧୦ ବର୍ଷ ପୂର୍ବରୁ ଗାଁ ମୁଣ୍ଡରେ ମ୍ମ ଏକ ଗଭୀର ନଳକୂପ ଖନନ କରାଯାଇଥିଲା । କାର୍ୟ୍ୟକ୍ଷମ ପାଇଁ ଏକ ପମ୍ପହାଉସ ନିର୍ମାଣ ମ୍ମ ସରିଥିଲା । କିନ୍ତୁ ଆବଶ୍ୟକ ପାଣି ଅଭାବରୁ ଏହି ପ୍ରକଳ୍ପ େ‘ଲ୍‌ ମାରିଥିଲା । ତେବେ ୨୦୧୭ରେ ପୁଣି ଦ୍ୱିତୀୟ ଥର ସକାଶେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ କାମ ଆରମ୍ଭ ହେଲା; ଯାହାକି ସଂପୁର୍ଣ୍ଣ ହେବା ନେଇ ଗ୍ରାମବାସୀ ଆଶଙ୍କା କରିଛନ୍ତି । ତେଣୁ ତୁରନ୍ତ ଏହି ପ୍ରକଳ୍ପକୁ ସଂପୂର୍ଣ୍ଣ କରି ଆମ୍ବପାଲି ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଝାରମୁଣ୍ଡା ସରପଂଚ ସୁନୀଲ କୁମାର ଅଗ୍ରୱାଲ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏନେଇ ବିଭାଗୀୟ କନିଷ୍ଟ ଯନ୍ତ୍ରୀଙ୍କୁ ପଚାରିବାରୁ ପ୍ରଥମ ଥର େ‘ଲ ମାରିବା ଯୋଗୁଁ ବିଳମ୍ବ ହୋଇଥିଲା । ଏପରିକି କାମ ଶୀଘ୍ର ସାରିବାକୁ ଉଦ୍ୟମ ଚାଲିଥିବା ବେଳେ କରୋନା କିଛି ମାତ୍ରାରେ ଅସୁବିଧା ସୃଷ୍ଟି କଲା । ତଥାପି ବହୁତ ଶୀଘ୍ର ଗ୍ରାମବାସୀଙ୍କୁ ଏହି ପ୍ରକଳ୍ପ ମା୍ମମରେ ଜଳ ଯୋଗାଣ କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ ।

Leave A Reply

Your email address will not be published.