csstore

ପୂର୍ବତଟ ରେଳ ବିଭାଗ ପକ୍ଷରୁ ଲୋକଙ୍କୁ ଜାଗା ଛାଡ଼ିବାକୁ ନୋଟିସ

ସମ୍ବଲପୁର, (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କଲାମାଟି ପଞ୍ଚାୟତ ଗୋଶାଳା ଛକରେ ଅନେକ ଲୋକ ଦୀର୍ଘ ୫୦ବର୍ଷରୁ ଅଧିକ ହେଲା ବସବାସ କରି ଦୋକାନବଜାର କରି ପରିବାର ପୋଷଣ କରି ଆସୁଥିବା ବେଳେ ହଠାତ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଲୋକଙ୍କୁ ଜାଗା ଛାଡ଼ିବାକୁ ନୋଟିସ ହୋଇଛି । ଏନେଇ ନୋଟିସ ପାଇଥିବା ଲୋକଙ୍କ ନିଦ ହଜି ଯାଇଥିବା ବେଳେ ଗୋଶାଳା ଛକରେ ରେଙ୍ଗାଲି ବିଧାୟକ ନାଉରୀ ନାଏକଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ଦେଇ ଆଲୋଚନା କରିଛନ୍ତି ।
ପ୍ରକାଶ ଥାଉ କି ଚିପିଲିମା ଶକ୍ତିକେନ୍ଦ୍ର ନିର୍ମାଣ ସମୟରେ ଆ.କଟାପାଲିରୁ ଚିପିଲିମା ରେଳଲାଇନ ଥିଲା । ନିର୍ମାଣ କାର୍ୟ୍ୟ ସରିଲା ପରେ ରେଳ ସେବା ବନ୍ଦ ଥିବାବେଳେ ଲୋକେ ଆସ୍ତେ ଆସ୍ତେ ଘରଦ୍ଵାର କରି ରହିଆସୁଛନ୍ତି । ଏନେଇ ନୋଟିସ ପାଇବାପରେ ଲୋକେ ବ୍ୟସ୍ତ ହୋଇ ବ୍ଲକ ଉପାଧ୍ୟକ୍ଷା ସୁଷମା ସାହୁଙ୍କ ନେତୃତ୍ବରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

jayashree
Leave A Reply

Your email address will not be published.