୨୦ ଡିସେମ୍ବର ମେଡିକାଲ ଓ ସେଲ୍ସ ରିପ୍ରେଜେଣ୍ଟଟେଟିଭ୍‌ମାନଙ୍କର ପ୍ରତିବାଦ : ୨୪ ଘଣ୍ଟିଆ ଧର୍ମଘଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୦ ଡିସେମ୍ବାର ୨୦୨୩ ଦିନ ମେଡିକାଲ ଓ ସେଲ୍ସ ଓ ରିପ୍ରେଜଣ୍ଟିଟେଟିଭ୍‌ମାନଙ୍କର ସର୍ବ ଭାରତୀୟ ସଂଗଠନ ଫେଡେରେସନ ଅଫ୍‌ ମେଡିକାଲ ସେଲ୍ସ ରିପ୍ରେଜଣ୍ଟିଟେଟିଭ୍‌ ଅଫ୍‌ ଇଣ୍ଡିଆ (ଏଫ୍‌ଏମ୍‌ଆର୍‌ଏଆଇ)ର ଡାକରାରେ ସାରା ଦେଶରେ କାର୍ଯ୍ୟରତ ମେଡିକାଲ ଓ ସେଲ୍ସ ରିପ୍ରେଜଣ୍ଟଟେଟିଭ୍‌ମାନେ କେନ୍ଦ୍ର ସରକାରଙ୍କ ସେଲ୍ସ ପ୍ରମୋସନ ଏପ୍ଲଇଜ ଅକ୍ଟକୁ ଉଚ୍ଛେଦ କରିବା ନିଷ୍ପତ୍ତିକୁ ବିରୋଧ କରି ଏବଂ ୮ଦଫା ଦାବି ସମର୍ଥନରେ ୨୪ ଘଣ୍ଟିଆ ଧର୍ମଘଟରେ ଯୋଗଦେଇବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଆମ ରାଜ୍ୟରେ ଓଡିଶା ସେଲ୍ସ ରିପ୍ରେଜଣ୍ଟିଟେଟିଭ୍‌ ୟୁନିୟନ (ଓସ୍ରୁ) ଡିସେମ୍ବର ୨୦ ତାରିଖ ଧର୍ମଘଟକୁ ସଫଳ କରିବା ପାଇଁ ଓଡିଶାର ସମସ୍ତ ଜିଲ୍ଲାମାନଙ୍କରେ ପ୍ରସ୍ତୁତ ପର୍ବ ଗୁଡିକୁ ଜୋରସୋର ତ୍ୱରାନ୍ୱିତ କରିଛି । ଓଡିଶାରେ କାର୍ଯ୍ୟରତ ମେଡିକାଲ ଓ ସେଲ୍ସ ରିପ୍ରେଜଣ୍ଟଟେଟିଭ୍‌ମାନଙ୍କ ତରଫରୁ ଓସ୍ରୁ ଦ୍ୱାରା ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବି ସମ୍ମଳିତ ସ୍ମାରକପତ୍ର ପ୍ରଦାନ କରାଯାଇଅଛି । ଏହି ଦାବିପତ୍ରରେ ମେଡିକାଲ ଓ ସେଲ୍ସ ରିପ୍ରେଜଣ୍ଟଟେଟିଭ୍‌ମାନଙ୍କର ଚାକିରି ସର୍ତ୍ତାବଳିକୁ ସୁରକ୍ଷିତ କରୁଥିବା ସେଲ୍ସ ପ୍ରମୋସନ ଏପ୍ଲଇଜ୍‌ ଆକ୍ଟକୁ ଖାରଜ କରିବା ପରିବର୍ତ୍ତେ ଏହାକୁ ବଳବର୍ତ୍ତର ରଖିବା ତଥା ସେମାନଙ୍କ ପାଇଁ ବିଧିବଦ୍ଧ ଭାବରେ ବୃତ୍ତିଗତ କାର୍ଯ୍ୟ ସମ୍ବନ୍ଧିୟ ନିର୍ଦ୍ଦିଷ୍ଟ ନିୟମ ଲାଗୁ କରିବା, ସରକାର ହସ୍‌ପିଟାଲ ଓ ମେଡିକାଲ କଲେଜ ଇତ୍ୟାଦି କାର୍ଯ୍ୟ କ୍ଷେତ୍ରରେ ଥିବା ସମସ୍ତ ଅନୈତିକ ଅବରୋଧ ଗୁଡିକୁ ବାତିଲ କରିବା ଇତ୍ୟାଦି ପ୍ରମୁଖ ଦାବି ଅନ୍ତଭୁକ୍ତ । ଏତଦ୍‌ ସଂଲଗ୍ନ ଦୀର୍ଘ ପାଂଚ ଦଶନ୍ଧୀରୁ ଅଧିକ କାଳ ହେବ ଡିଶା ସେଲ୍ସ ରିପ୍ରେଜଣ୍ଟଟେଟିଭ୍‌ ୟୁନିୟନ ତଥା ଏଫ୍‌ଏମ୍‌ଆର୍‌ଏଆଇ ଦ୍ୱାରା ଔଷଧ ସମ୍ପର୍କିତ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ଦାବି ଗୁଡିକ ଯଥା କଠୋର ନିୟମ ପ୍ରଣୟନ ଦ୍ୱାରା ସମସ୍ତ ଔଷଧ ତଥା ମେଡିକାଲ ଯନ୍ତ୍ରାଶ ଗୁଡିକର ବିକ୍ରୟ ମୁଲ୍ୟ କଡାକଡି ଭାବେ ନିୟନ୍ତ୍ରଣ କରିବା, ସରକାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆହୁରି ବ୍ୟାପକ କରାଯାଇ ଏଥିରେ ସମସ୍ତ ପ୍ରକାର ଉନ୍ନତିକରଣ କରିବା ଏବଂ ସମସ୍ତ ଔଷଧ ତଥା ମେଡିକାଲ ଯନ୍ତ୍ରାଶ ଉପରୁ ସବୁ ଟିକସ ହଟାଇ ଦେବା ଇତ୍ୟାଦି ଦାବି ଗୁଡିକୁ ନେଇ ଯେଉଁ ନିରନ୍ତର ଆନ୍ଦୋଳନ ଜାରି ରହିଛି ସେ ସମସ୍ତ ଦାବି ଗୁଡିକ ମଧ୍ୟରୁ ପ୍ରମୁଖ ଦାବି ଗୁଡିକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରିତ ଦାବିପତ୍ରରେ ଆଗ୍ରଧିକାର ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନିକଟରେ ଏହି ସମସ୍ତ ଦାବି ଗୁଡିକ ଅନେକ ବର୍ଷ ଧରି ବକେୟା ରହିବା କ୍ଷେତ୍ରରେ ଏବଂ ଏଫ୍‌ଏମ୍‌ଆର୍‌ଏଆଇ ଦ୍ୱାରା କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ମାଧ୍ୟମରେ ଉପରୋକ୍ତ ସମସ୍ୟା ଗୁଡିକର ସମାଧାନ ତଥା ଦାବି ପୁରଣ ପାଇଁ ନିରନ୍ତର ପ୍ରୟାସ ସତ୍ୱେ କୋଣସି ସମାଧାନର ରାସ୍ତା ପରିଲକ୍ଷିତ ହେବା ତ ଦୂରର କଥା ଓଲଟା ସେଲ୍ସ ପ୍ରମୋସନ ଅପ୍ଲାଇଜ ଆକ୍ଟକୁ ବିଲିନ କରିବା ଦ୍ୱାରା ମେଡିକାଲ ଓ ସେଲ୍ସ ରିପ୍ରେଜଣ୍ଟଟେଟିଭ୍‌ମାନଙ୍କର ଚାକିରି ସର୍ତ୍ତାବଳି ପାଇଁ ବ୍ୟବସ୍ଥା ଓ ଚାକିରିର ସୁରକ୍ଷା ପାଇଁ ଯାହା ଯେତିକି ନ୍ୟାୟିକ ଅଧିକାର ଗୁଡିକ ଥିଲା ସେ ଗୁଡିକୁ ମଧ୍ୟ ବିଲୋପ ହୋଇଯିବାର ଏକ ବିପଦପୂର୍ଣ୍ଣ ପରିସ୍ଥିତ ସୃଷ୍ଟି ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ଏହି ସ୍ୱାର୍ଥ ବିରୋଧି ନୀତି ଯୋଗୁଁ ସାରା ଦେଶରେ କାର୍ଯ୍ୟ କରୁଥିବା ୨ ଲକ୍ଷରୁ ଅଧିକ ମେଡିକାଲ ଓ ସେଲ୍ସ ରିପ୍ରେଜଣ୍ଟଟେଟିଭ୍‌ମାନଙ୍କର ଚାକିରି ତଥା ସେମାନଙ୍କ ପରିବାରର ଜୀବନ ଜିବିକାକୁ ଘୋର ଅନିଶ୍ଚିତତା ସୃଷ୍ଟି ହୋଇଛି । କେନ୍ଦ୍ର ସରକାରଙ୍କ ଜନସାଧାରଣଙ୍କ ସ୍ୱାର୍ଥ ସାଧନା ପାଇଁ ଉଦ୍ୟମ କରିବା ଦିଗରେ ଚରମ ଉଦାସିନତା ଓ ମେଡିକାଲ ଓ ସେଲ୍ସ ରିପ୍ରେଜଣ୍ଟଟେଟିଭ୍‌ମାନଙ୍କ ପ୍ରତି ବୈମାତୃକ ମନୋଭାବ ବିରୁଦ୍ଧରେ ଦେଶରେ ତଥା ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ମେଡିକାଲ ଓ ସେଲ୍ସ ରିପ୍ରେଜଣ୍ଟଟେଟିଭ୍‌ମାନେ ଆସନ୍ତା ଡିସେମ୍ବର ୨୦ ତାରିଖ ଦିନ ୨୪ ଘଣ୍ଟିଆ ଧର୍ମଘଟର ଆନ୍ଦୋଳାତ୍ମକ ପନ୍ଥା ଅବଳମ୍ବନ କରିବା ନିମନ୍ତେ ଦୃଢ ନିଷ୍ପତ୍ତି ଗ୍ରହଣ କରିଅଛନ୍ତି । ଏହି ଧର୍ମଘଟକୁ ସମର୍ଥନ କରିବା ନିମନ୍ତେ ସମସ୍ତ ଜନସାଧାରଣଙ୍କୁ ଅଶେଷ ଅଶେଷ ଅନୁରୋଧ କରାଯାଉଅଛି । ଜିଲ୍ଲା ସଭାପତି ସୁରୁଲାଲ ମଟାରୀ, ଜିଲ୍ଲା ସଂପାଦକ ଲୋପନ ପ୍ରସାଦ ମିଶ୍ର, ମେଡିକାଲ ଓ ସେଲ୍ସ ରିପ୍ରେଜଣ୍ଟଟେଟିଭ୍‌ ୟୁନିୟନ, ବଲାଙ୍ଗିର ।

Leave A Reply

Your email address will not be published.