ଓଡ଼ିଶା–ଛତିଶଗଡ଼ ସୀମାନ୍ତରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ : ଛତ୍ରଭଙ୍ଗ ଦେଲେ ମାଓବାଦୀ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଛତିଶଗଡ଼ ସୀମାନ୍ତରେ ପୁଣି ମାଓବାଦୀ ସକ୍ରିୟ ରହିଥିବା ସୂଚନା ମିଳିଛି । ସୀମାନ୍ତରେ ଯବାନମାନେ କୁମ୍ବିଂ କରୁଥିବା ବେଳେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି । ଯବାନଙ୍କ ପାଲଟା ଗୁଳି ଚାଳନାରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିବା ବେଳେ ଯବାନମାନେ ଏକ ମାଓ କ୍ୟାମ୍ପ ଠାବ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଘଟମାଲ ଛତିଶଗଡ଼ ସୀମାନ୍ତ ଝୋଲପଡ଼ା ଗାଁରେ ସିଆର୍‌ପିଏଫ୍‌, ଏସ୍‌ଓଜି ଓ ଡିପିଏଫ୍‌ ଯବାନ ମିଳିତ କୁମ୍ବିଂ ଅପରେସନ କରୁଥିଲେ । ଏହି ସମୟରେ ଝୋଲପଡ଼ା ଜଙ୍ଗଲରେ ମାଓବାଦୀମାନେ ଏସ୍‌ଓଜି ଯବାନଙ୍କ ଉପରେ ଗୁଳି ଚାଳନା କରିଥିଲେ । ପରେ ଯବାନମାନେ ମାଓବାଦୀ ଉପରେ ପାଳଟା ଗୁଳି ଚାଳନା କରିଥିଲେ । ମାଓବାଦୀମାନେ ଯବାନଙ୍କ ଗୁଳିକୁ ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇ ପଳାୟନ କରିଥିବା ଜଣାପଡିଛି । ଏନେଇ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ପଚାରିବାରୁ, ଛତିଶଗଡ଼ ସୀମାନ୍ତ ସିନାପାଲି ଥାନା ଝୋଲପଡ଼ା ଜଙ୍ଗଲରେ ମାଓବାଦୀମାନେ ଏସ୍‌ଓଜି ଯବାନଙ୍କ ଉପରେ ପ୍ରଥମେ ଗୁଳି ଚାଳନା କରିଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ମାଓବାଦୀମାନେ ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ । ସେଠାରେ ମାଓ ପୁଲିସ ଗୁଳି ବିନିମୟ ହୋଇଥିଲା । ଆସନ୍ତାକାଲି ପ୍ରେସ ମିଟରେ ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

five × 2 =