
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୁଣି ମନ୍ଦିର ଜମି ଦଖଲ କରି ଜାଲ କାଗଜପତ୍ରରେ ବିକ୍ରି କରିବା ବ୍ରହ୍ମପୁରରେ ଦଲାଲ ସକ୍ରୀୟ ହୋଇଥିବା ଜଣାଯାଇଛି । ବ୍ରହ୍ମପୁର ସାନ ବଜାର ଛକ ସ୍ଥିତ ଭେଙ୍କେଟେଶ୍ୱର ମହାପ୍ରଭୁଙ୍କ ୧୦ ଏକର ଜମିକୁ ଏବେ ଦଖଲ କରିଛନ୍ତି କିଛି ବ୍ୟବସାୟୀ ଓ ଦଲାଲ । ଛତ୍ରପୁର ତହସିଲ ହରିପୁରରେ ଏହି ଜମିକୁ ଟ୍ରଷ୍ଟିଙ୍କ ଅଜାଣତରେ ଶାଗ ମାଛ ଦରରେ ବିକ୍ରି କରାଯାଇ ପ୍ଲଟିଂ କରୁଥିବା ଅଭିଯୋଗ ହୋଇଛି । ଏଥି ପୂର୍ବରୁ ମନ୍ଦିର ଜମି ହଡ଼ପ ମାମଲାରେ କିଛି ବିଲଡର ଓ ଜମି ମାଫିଆ ଜେଲ ଯାଇଥିବା ବେଳେ ଏବେ ପୁଣି ମନ୍ଦିର ଜମି ଉପରେ ମାଫିଆଙ୍କ ନଜର ପଡିଛି । ମହାପ୍ରଭୁଙ୍କ ଜମିରେ ଚାଷ କରି ମନ୍ଦିର ପରିଚାଳନା ସହ ଦୁଃଖି-ରଙ୍କିଙ୍କୁ ଖାଇବାକୁ ଦିଆଯାଉଛି । ଦୁଃଖିଙ୍କ ଭୋକ ମେଣ୍ଟାଉଥିବା ଜମିକୁ ତୁରନ୍ତ ମନ୍ଦିର ଦଖଲକୁ ଆଣିବାକୁ ଜନ ସାଧାରଣରେ ଦାଵୀ ହୋଇଛି ।