ମାନସିକ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ମାନସିକ ଅନଗଶ୍ରଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ।

ଏଥିରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଡ଼ଃ. ଆଶୀର୍ବାଦ ଶତପଥି ଓ ଡ଼ଃ. ସୁଖିଶ୍ୟାମ ତ୍ରିପାଠୀ ଯୋଗଦାନ ଦେଇଥିବା ବେଳେ ଖପ୍ରାଖୋଲ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ଃ. ସୁରଜ ଦୀପ ଓ ଫାର୍ମାସିଷ୍ଟ ଗଣପତି ବେହେରା, ଶାନ୍ତନୁ ଭୋଇ ଓ ଅନ୍ୟାନ୍ୟ ଷ୍ଟାଫ ଉପସ୍ଥିତ ଥିଲେ । ଖପ୍ରାଖୋଲ ବ୍ଲକର ବିଭିନ୍ନ ଗ୍ରାମରୁ ୬୦ ଜଣ ମାନସିକ ରୋଗୀଙ୍କୁ ପରୀକ୍ଷା କରାଯାଇଥିଲା ଓ ସେମାନଙ୍କୁ ଔଷଧ ବିତରଣ କରାଯାଇଥିଲା । କରୋନା କଟକଣାର ସମସ୍ତ ନିୟମ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.