ମହୁମାଛି ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ବୌଦ୍ଧ,(ବଂଶୀଧର ମାଝୀ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଥାନା ଅଂଚଳରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଥିବା ଜଣାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ନଦିଆନଗର ଗ୍ରାମର ଭୁଜଶେଖର କର୍ମୀ ଓ ତାଙ୍କ ପତ୍ନୀ ଗତକାଲି ନିଜ ବିଲକୁ ଯାଇଥିବା ବେଳେ ଉଭୟେ ମହୁମାଛି ଆକ୍ରମଣର ଶିକାର ହୋଇ ଗୁରୁତର ହୋଇ ପଡିଥିଲେ । ଗୁରୁତର ଦ୍ୱୟଙ୍କୁ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଭୁଜଶେଖରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ସୁସ୍ଥ ଥିବା ଜଣାପଡିଛି, ତାଙ୍କର ୨ପୁଅ ଓ ୩ଝିଅ ଅଛନ୍ତି । ଶବ ବ୍ୟବଚ୍ଛେବ ପରେ ଆଜି ନିଜ ଗ୍ରାମରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ସୁପୁତ୍ର ନାରାୟଣ କର୍ମୀ ଓ ଲକ୍ଷ୍ମଣ କର୍ମୀ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ଭୁଜଶେଖର ଜଣେ କ୍ଷୁଦ୍ର ଚାଷୀ, ମିଷ୍ଟଭାଷୀ ଓ ଧର୍ମପରାୟଣ ତଥା ପରୋପକାର ମଣିଷ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.