ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିରେ ନୂଆ ଓଡିଶା ମହୋତ୍ସବ ଉଦ୍‌ଘାଟିତ

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ପରିସରରେ ନୂତନ ଉନ୍ନତ ଅଭିଳାଷ ଓଡିଶା ବା ନୂତନ ଓଡିଶାର କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ମହାବିଦ୍ୟାଳୟର ଅଧକ୍ଷ୍ୟ ରାଜେନ୍ଦ୍ର କୁମାର ପୁରୋହିତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ନଗରପାଳ ବରିୟାମ ସିଂ ସାଲୁଜା ଯୋଗଦାନ କରି ଛାତ୍ରୀ ଜୀବନରେ ଦୃଢ଼ ଲକ୍ଷ୍ୟ ରଖି ଦୃଢ ସଂଘର୍ଷ କରିବା ପାଇଁ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସରକାରଙ୍କ ଯୋଜନାକୁ ଉଚ୍ଚ ପ୍ରଶଂସିତ କରି ଯୋଜନା ମାଧ୍ୟମରେ ଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣ ଓ ପ୍ରତିଭା ଲୋକଲୋଚନକୁ ଆସିପାରିବ ବୋଲି ମତ ପ୍ରକାଶ କରିଥିଲେ । ଜୀବନ ଯୁଦ୍ଧ ସିଏ ହିଁ ଜିତି ପାରେ ଯିଏ ସଦା ସର୍ବଦା ମାନସିକ ସ୍ତରରେ ଦୃଢ଼ ଥାଏ ବୋଲି କହି ଛାତ୍ରୀମାନଙ୍କୁ ଖେଳ ମନୋଭାବ ନେଇ ଏହି ନୂଆ ଓଡିଶା ଅନ୍ତର୍ଗତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ । କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର-୩ର କାଉନସିଲର ମନୀଷ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମଞ୍ଚରେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବୃନ୍ଦାବନ ନାଗ ମଧ୍ୟ୍ୟ ଯୋଗଦାନ କରି ଛାତ୍ରୀମାନଙ୍କୁ ଜୀବନରେ ଭଲ ଭାବେ ପାଠ ପଢିବା ସଙ୍ଗେ ସଙ୍ଗେ ଶୃଙ୍ଖଳିତ ଜୀବନ ବଞ୍ଚିବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ଇଂରାଜୀ ଅଧ୍ୟାପକ ସୋମନାଥ ମେହେର ମଞ୍ଚର ସଭାକାର୍ଯ୍ୟକୁ ପରିଚାଳନା କରିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା ରାଜନୀତି ଅଧ୍ୟାପକ ଜିତେନ୍ଦ୍ର ସୁନା ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଫିସର ଯୁଧିଷ୍ଠିର ବେହେରା ଛାତ୍ରୀମାନଙ୍କୁ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ନିଜର ଦକ୍ଷତାକୁ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରରେ ପହଂଚାଇବା ପାଇଁ ଅନୁରୋଧ କରିଥିଲେ । ଏତଦ ବ୍ୟତୀତ ମହାବିଦ୍ୟାଳୟର ଅଧ୍ୟାପିକା ଓ ଅଧ୍ୟାପକ ସୁନନ୍ଦା ରଥ, ରାଜୀବ ମେହେର, ରଶ୍ମି ରମିତା ମେହେର, କଲ୍ୟାଣୀ ମେହେର, ଲିପନିତା ପଧାନ, ନିରବତୀ ପଧାନ ଓ ଅନ୍ୟାନ୍ନ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ପ୍ରଥମେ ମହାବିଦ୍ୟାଳୟର ଖେଳ ବିଭାଗରେ ସକ୍ରିୟ ଥିବା ଛାତ୍ରୀମାନେ ଅଧ୍ୟାପିକା ସୁନନ୍ଦା ରଥ ଓ ଅଧ୍ୟାପକ ସୋମନାଥ ମେହେରଙ୍କ ନେତୃତ୍ୱରେ ସକାଳ ଆଠଟା ସମୟରୁ କଣ୍ଟାବାଞ୍ଜି ସ୍ଥିତ ଶ୍ୟାମ ମନ୍ଦିର ରୁ ମଶାଲ ଯାତ୍ରା କରି ମହାବିଦ୍ୟାଳୟକୁ ଆଣିଥିଲେ ଓ ପରେ ପ୍ରାୟ ୯ଟା ସମୟରେ ସମସ୍ତ ଛାତ୍ରୀମାନଙ୍କ ଉପସ୍ଥିତରେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ତଥା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ସଭା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ପରିଶେଷରେ ମହାବିଦ୍ୟାଳୟର ଅଧ୍ୟାପକ ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ନିଜ ମତାମତ ରଖିବା ସହିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ । ଏହାପରେ ମହାବିଦ୍ୟାଳୟରେ ରଙ୍ଗୋଲି ପ୍ରତିଯୋଗିତା ଓ ନୃତ୍ୟ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା

Leave A Reply

Your email address will not be published.