ବାଇକ ଧକ୍କାରେ ଜଣେ ମହିଳା ମୃତ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ମହେଶ୍ୱରପିଣ୍ଡା ଛକ ଠାରେ ଏକ ବାଇକ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ହେଲେ ମହେଶ୍ୱରପିଣ୍ଡା ଗ୍ରାମର ମାଧବୀ ନାୟକ(୬୦) । ସେ ପାଣି ଆଣିବାକୁ ଯାଉଥିବା ସମୟରେ ବୌଦ୍ଧରୁ ସୋନପୁର ଆଡକୁ ଯାଉଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ମନମୁଣ୍ଡା ପୋଲିସ ଘଟଣାର ତଦନ୍ତ କରୁଅଛି । ସୂଚନାଯୋଗ୍ୟ ଯେ, ୫୭ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ବଢିଚାଲିଛି ଦୁର୍ଘଟଣା ।

Leave A Reply

Your email address will not be published.