କ୍ୟାନସର ପୀଡିତଙ୍କ ବିନା ଖର୍ଚ୍ଚରେ ଚିକିତ୍ସା କରାଇ ପ୍ରତିଶୃତି ପୂରଣ କଲା ମାହେଶ୍ୱରୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସମାଜିକ ସଂଗଠନ ମାହେଶ୍ୱରୀ ବିଭିନ୍ନ ସମୟରେ ବଲାଙ୍ଗିରବାସୀଙ୍କ ପ୍ରତି ତାଙ୍କର ସାମାଜିକ ଦାୟିତ୍ୱର ପ୍ରତିପାଦନ କରିଆସିଛନ୍ତି । ଆଜି ତାହାର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ବିନ୍ଧାପାଲି ଗ୍ରାମର ଲକ୍ଷ୍ମଣ ଭୋଇ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନରୁ କ୍ୟାନସର ରୋଗରେ ପୀଡିତ ଥିବା ବେଳେ ଆର୍ଥିକ ଦୃଷ୍ଟିରୁ ତାହାର ଚିକିତ୍ସା କରାଇବା ପାଇଁ ଅକ୍ଷମ ଥିଲେ । କୌଣସି ସୁତ୍ରରୁ ଖବର ପାଇ ମାହେଶ୍ୱରୀ ସଂଗଠନ ତାଙ୍କ ପାଖକୁ ପହଞ୍ଚି ତାଙ୍କର ଅବସ୍ଥା ଦେଖିବା ପରେ ବିନା ଖର୍ଚ୍ଚରେ ତାଙ୍କର ଚିକିତ୍ସା କରାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ଆଜି ଉକ୍ତ ବ୍ୟକ୍ତି ଜଣଙ୍କୁ ରାଏପୁର ସ୍ଥିତ ବାଲକୋ ହସ୍‌ପିଟାଲକୁ ପଠାଇବା ସହ କ୍ୟାନସରର ଅପରେସନ କରାଇବା ସମସ୍ତ ବନ୍ଦୋବସ୍ତ କରାଇଥିଲା । ଅପରେସନ ପରେ ଲକ୍ଷ୍ମଣଙ୍କ ଅବସ୍ଥା ସ୍ଥିରଥିବା ଡାକ୍ତର ଜଣାଇଛନ୍ତି । ବଲାଙ୍ଗିରରୁ ରାୟପୁର ଅପରେସନ ପର୍ୟ୍ୟନ୍ତ ମାହେଶ୍ୱର ସଦସ୍ୟ ସତ୍ୟ ଆଚାର୍ୟ୍ୟ ସମସ୍ତ ସହଯୋଗ କରିଥିବା ସଂଗଠନ ତରଫରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଯେ କୌଣସି ବ୍ୟକ୍ତି ବିନା ଖର୍ଚ୍ଚରେ କ୍ୟାନସର ଅପରେସନ କରିବାକୁ ଚାହୁଁଥିଲେ ମାହେଶ୍ୱରୀ ସଂଗଠନକୁ ଜଣାଇବା ପାଇଁ ସଂଗଠନ ମାହେଶ୍ୱରୀର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ ତଥା ଆଗଲପୁର ମାହେଶ୍ୱରୀ ସଂଗଠନ ସଭାପତି ପ୍ରମୋଦ କୁମାର ସାହୁ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.