ଭିସୁଟରେ ସ୍ଥାପିତ ହେବ ଦେଶର ପ୍ରଥମ ଅତ୍ୟାଧୁନିକ ମହାକାଶ ଗବେଷଣା କେନ୍ଦ୍ର

ସମ୍ବଲପୁର (ଦାମୋଦର ପଣ୍ଡା) : ଇସ୍ରୋର ଆର୍ଥିକ ଓ ବୈଷୟିକ ସହାୟତାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ପରିସରରେ ସ୍ଥାପିତ ହେବ ଦେଶର ପ୍ରଥମ ଅତ୍ୟାଧୁନିକ ମହାକାଶ ଗବେଷଣା କେନ୍ଦ୍ର। ଇସ୍ରୋ ମଧ୍ୟରେ ବୁଝମଣାପତ୍ର ସ୍ବାକ୍ଷରିତ ହୋଇଛି ।
ବୀର ସୁରେନ୍ଦ୍ର ସାଏ ସ୍ପେସ ଇନୋଭେସନ୍ ସେଣ୍ଟର୍ ନାମରେ ନାମିତ ହେବାକୁ ଥିବା ଏହି ସେଣ୍ଟର ପାଇଁ ଇସ୍ରୋ ପ୍ରଥମ ପର୍ୟ୍ୟାୟରେ ପଚାଶ ଲକ୍ଷ ଟଙ୍କା ଦେବ ଓ ଭିସୁଟ ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କରିବ। ସୂଚନାଯୋଗ୍ୟ ଯେ ଭିସୁଟ ଇନଭେସନ୍ କ୍ଲବ ପକ୍ଷରୁ ୨୦୧୮ ମାର୍ଚ ୩୦ ତାରିଖରେ ଭିଏସ୍‌ଏଲ୍‌ଭି ୩୦ ଲଞ୍ଚ କରାଯାଇଥିଲା । ଏହି ରକେଟ ୪ କିଲୋମିଟର ଉଚ୍ଚତା ଯାଏଁ ପହଞ୍ଚିଥିଲା । ଏଥିପାଇଁ ଭିସୁଟ ଲିମକ। ବୁକ ଅଫ ରେକର୍ଡ ଓ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲା । ଏହି କେନ୍ଦ୍ର ନିର୍ମାଣ ହେବା ପରେ ବିଶ୍ଵ ବିଦ୍ୟାଳୟ ଛାତ୍ରାତ୍ରୀମାନେ ଜ୍ୟୋତିର୍ବଜ୍ଞାନରେ ଅଧ୍ୟୟନ ଓ ଗବେଷଣା କ୍ଷେତ୍ରରେ ଉତ୍ତମ ପରିସର ଓ ସୁଯୋଗ ପାଇପାରିବେ।

Leave A Reply

Your email address will not be published.