ସ୍ବତନ୍ତ୍ର ନୂଆଁଖାଇ ହାଟ : ପୂର୍ବ ବର୍ଷ ପରି ନାହିଁ ମହକ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପଶ୍ଚିମ ଓଡିଶାର ଗଣପର୍ବ ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ଚଳଚଂଚଳ ହୋଇଉଠିଛି । କରୋନା କଟକଣା ସତ୍ତ୍ବେ ଲୋକେ ଆସନ୍ତାକାଲିର ନୂଆଁଖାଇ ପର୍ବ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଥିବାବେଳେ ପର୍ବ ପାଳିବାକୁ ବଜାରରୁ ଆବଶ୍ୟକ ସାମଗ୍ରୀ କିଣାବିକା କରିଛନ୍ତି । ବିଶେଷକରି,ହାଟରୁ ନୂଆଁ ଧାନ,ହାଣ୍ଡି ସରାଇ,ପନିପରିବା,କପଡାଲତା ଓ ପିଠାପଣା ତଥା ବିଭିନ୍ନ ବ୍ୟଞନ ପାଇଁ ଆବଶ୍ୟକ ଖାଦ୍ୟ ସାମଗ୍ରୀ ସବୁ ସଂଗ୍ରହ କରୁଥିବା ଦେଖାଦେଇଛି । ଆଜି ଏଇଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ନୂଆଁଖାଇ ହାଟ କୋଭିଡ କଟକଣା ଅନୁପାଳନ ସହ ବସିଛି । ସୂଚନୀୟ,ଜିଲ୍ଲାରେ ସପ୍ତାହାନ୍ତ ଶନିବାର ଓ ରବିବାରକୁ ପ୍ରଶାସନ ପକ୍ଷରୁ କରାଯାଉଥିବା ସଟ୍ ଡାଉନକୁ ଜିଲ୍ଲାପାଳ ଏଥର ଦୁଇ ଦିନ ପାଇଁ କୋହଳ କରିଛନ୍ତି । ତଥାପି ଅନ୍ୟବର୍ଷ ତୁଳନାରେ ଏଥର କରୋନା ଯୋଗୁଁ ନୂଆଁଖାଇ ହାଟ ଫିକା ପଡିଛି । ଗତ ବର୍ଷ ପରି ଏଥର ବାହାରେ ରହୁଥିବା ପରିବାରବର୍ଗ କିମ୍ବା ଭାଇଦାଇ ଆସିପାରି ନଥିବାରୁ ଲୋକଙ୍କ ମନରେ ଖାସ୍ ଉତ୍ସାହ ନାହିଁ ।

Leave A Reply

Your email address will not be published.