om academy

ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଳା ମଦ୍ୟପ ସ୍ୱାମୀ

jsm

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗ୍ରାମରେ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ବୋଲି ଖବର ମଳିଛି । ସୁଚନା ଅନୁସାରେ ଗତକାଲି ଗୋଟିଏ କାରଣକୁ କେନ୍ଦ୍ର କରି ସ୍ତ୍ରୀ ବୁଦୁଲୁ କଟୁଆଳ ଓ ସ୍ୱାମୀ ମଙ୍ଗଲୁ କଟୁଆଳଙ୍କ ମଧ୍ୟରେ ବଚଶା ହୋଇଥିଲା । ଏଥିରେ ମଦ୍ୟପ ସ୍ୱାମୀ ଅତ୍ୟନ୍ତ ରାଗିଯାଇ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି । ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀ ନିଜ ଘର ସମ୍ମୁଖରେ ଗାତ ଖୋଳି ପୋତିବା ପାଇଁ ଚେଷ୍ଟା କରୁଥୁଲା । ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ମୋରଡ଼ା ଥାନା ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତି ସ୍ବାମୀକୁ ଗିରଫ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.