pr

ଗଜଲକ୍ଷ୍ମୀ ବେଶରେଦର୍ଶନ ଦେଲେ ମା’ ତାରାତାରିଣୀ : ଦେବୀଙ୍କୁ ଦର୍ଶନ କଲେ ୫ଟି ସଚିବ

dr. purohit

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେ‌ଡ୍ଡୀ ) : ଚୈତ୍ରପର୍ବ ଦ୍ୱିତୀୟ ପାଳି ମଙ୍ଗଳବାରରେ ଗଜଲକ୍ଷ୍ମୀ ବେଶରେ ଦର୍ଶନ ଦେଲେ ମା’ ତାରାତାରିଣୀ । କୋଭିଡ଼ କଟକଣା ଲାଗି ଦ୍ୱିତୀୟପାଳି ମଙ୍ଗଳବାରରେ ଲକ୍ଷାଧିକରୁ ବହୁତ କମ ଶ୍ରଦ୍ଧାଳୁ ଭକ୍ତ ମା’ଙ୍କ ଦର୍ଶନ କରିଛନ୍ତି । ଗତପାଳି ଲକ୍ଷାଧିକ ସଂଖ୍ୟାରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଏହି ପାଳିରେ ତା’ଠାରୁ ବହୁତ କମ ସଂଖ୍ୟକ ଦର୍ଶନାର୍ଥୀଙ୍କ ସମାଗମ ହୋଇଥିବା ଦେଖାଦେଇଛି । ଗଞ୍ଜାମଜିଲ୍ଲା ପ୍ରଶାସନର କୋରନା କଟକଣା ନିୟମ ଜାରୀ କରି ଅନେକ ରୋକ ଲଗାଇଥିବା ହେତୁ ଦର୍ଶନାର୍ଥୀଙ୍କ ସମାଗମ କମିଯାଇଛି । ଜିଲ୍ଲାପ୍ରଶାସନ ମନ୍ଦିର ପାହାଡ଼ ତଳେ ସିଂହଦ୍ଵାର ନିକଟରେ ଆନୁଷ୍ଠାନିକ ଭାବେ ମୁଣ୍ଡନ ପ୍ରଥା ବନ୍ଦ କରିଦେଇଥିଲେ, କିନ୍ତୁ ମାନସିକକରିଥିବା ପରିବାରର ଅଭିଭାବକ ମାନେ ନିଜ ପିଲାଛୁଆଙ୍କର ବାଳକଡ଼ାଯିବା ଅବା ମୁଣ୍ଡନ ପାହାଡ ପାଦ ଦେଶର ଅନ୍ୟ କୌଣସି ନା କୌଣସି ସ୍ଥାନରେ ପିଲାଙ୍କ ବାଳକଡା ଯାଇଛି, ଅବା ମୁଣ୍ଡନ ହୋଇ ସ୍ନାନ ହୋଇ ଦେବୀଙ୍କ ଶୃଙ୍ଖଳିତ ଦର୍ଶନ କରିଛନ୍ତି । ବିଶ୍ୱ ପ୍ରସିଦ୍ଧ ମା’ତାରାତାରିଣୀଙ୍କ ଚୈତ୍ର ପର୍ବ ସୁରୁଖରେ ଶ୍ରଦ୍ଧାଳୁଙ୍କ ଦର୍ଶନ ସମାହିତ ହୋଇଛି । ଏଥରକ ସାମାଜିକ ଦୂରତା, ମାସ୍କପରିଧାନ, ଏବଂ ପ୍ରଶାସନ ନିୟମ ମାନି ଚଳିଛନ୍ତି । ରାଜଧାନୀ ଭୁବନେଶ୍ୱରରୁ ରାଜ୍ୟ ପ୍ରଶାସନିକସ୍ତରୀୟ ପଦାଧିକାରୀଙ୍କ ସହ ୫ଟି ସଚିବ ଭି.କାର୍ତ୍ତିକେୟ ପାଣ୍ଡିୟାନ ମା’ଙ୍କ ଶୃଙ୍ଖଳିତ ଦର୍ଶନ କରି ବିଭୁକୃପାଲାଭ କରି ଅତ୍ୟନ୍ତ ଖୁସିବ୍ୟକ୍ତ କରି ମୁଗ୍ଧ ହୋଇଛନ୍ତି ।

nrusinghnath
Leave A Reply

Your email address will not be published.