oum

ସମନ୍ଵିତ ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ ଲୋକାର୍ପିତ

jsm

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଗୁଡଭେଲା ବ୍ଲକ ଓଡ଼ିଶାର ୧୦ଗୋଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ଏକ ଅନ୍ୟତମ ବ୍ଲକ । ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନ ଜୀବିକା ତଥା ସାମଗ୍ରିକ ବିକାଶ କ୍ଷେତ୍ରରେ ଏହି ଅଞ୍ଚଳ ବିକାଶ ମାନଦଣ୍ଡର ନିମ୍ନରେ ରହିଛି । ବ୍ଲକର ୫ଗୋଟି ଗ୍ରାମପଞ୍ଚାୟତ ଯଥା – ତେନ୍ତୁଳିଖୁଣ୍ଟି, ଦେଉଳଗୁଡ଼ି, ମାଢେକେଳା, ଗୁଡ଼ଭେଲା ଏବଂ ଘୁନାରେ ଏଲ୍‌.ଟି.ଆଇ. ମାଇଣ୍ଡ ଟ୍ରି ଫାଉଣ୍ଡେସନର ସହାୟତା ତଥା ମହାଶକ୍ତି ଫାଉଣ୍ଡେସନ ପରିଚାଳନାରେ ଏକ ସମନ୍ଵିତ ଗ୍ରାମ୍ୟ ବିକାଶ କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଛି । ବ୍ଲକର କେନ୍ଦୁପଦର ଗ୍ରାମରେ ଏଲ୍‌.ଟି.ଆଇ. ମାଇଣ୍ଡଟ୍ରି ଫାଉଣ୍ଡେସନର ସାମାଜିକ ଦାୟିତ୍ଵବୋଧ ବିଭାଗର ଗ୍ଲୋବାଲ ହେଡ ପନୀଶ ରାଓ ଏକ ନୂତନ ପୋଖରୀ କାର୍ଯ୍ୟ ଏବଂ ଘୁନା ଠାରେ କଲାମ ଲାର୍ଣ୍ଣି ସେଣ୍ଟରର ଶୁଭାରମ୍ଭ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଜିଲ୍ଲା, ବ୍ଲକ ପ୍ରଶାସନ, ଗ୍ରାମପଞ୍ଚାୟତ ତଥା ସମସ୍ତ ଅଂଶୀଦାରଙ୍କ ସହଯୋଗରେ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ତଥା ଜୀବନ ଜୀବିକାର ସାମଗ୍ରିକ ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମମାନ କାର୍ଯ୍ୟକାରୀ ହେବା ବିଷୟରେ ସେ ଉପସ୍ଥିତ ଅଞ୍ଚଳବାସୀଙ୍କୁ ସୂଚନା ଦେଇଥିଲେ । ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ଆତ୍ମୀୟତା ଓ ସହଭାଗୀତାର ନିରନ୍ତର ଆବଶ୍ୟକତା ବିଷୟରେ ଶ୍ରୀ ରାଓ ଗୁରୁତ୍ଵଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସାମାଜିକ ଦାୟିତ୍ଵବୋଧ ରାଜ୍ୟ ମୁଖ୍ୟ ଜିତେନ୍ଦେର ଘନଗାସ, ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ, ନିର୍ଦ୍ଦେଶକ ସ୍ମୃତିରଞ୍ଜନ ସେଠୀ, ଜୀବିକା ବିଶେଷଜ୍ଞ ବିରେନ୍ଦ୍ର ପ୍ରଧାନ, ପ୍ରକଳ୍ପ ପରିଚାଳକ ଫିରୋଜ କୁମାର, ଶିକ୍ଷା ବିଶେଷଜ୍ଞ ସୁରେଶ କୁମାର ପଟ୍ଟନାୟକ, ବ୍ଲକ ସଂଯୋଜକ ଶ୍ରୀଧର୍ମ ସାଗର ପଧାନ, ଗୁଡଭେଲା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବେବି ଦୋରା, ତେନ୍ତୁଳିଖୁଣ୍ଟି ଗ୍ରାମପଞ୍ଚାୟତର ସରପଞ୍ଚ ଗୁରୁଦା ମହାନନ୍ଦ, ୱାର୍ଡମେମ୍ବର ବୃନ୍ଦ, ବିଭିନ୍ନ ସ୍ୱୟଂ ସହାୟକ ଦଳର ସଦସ୍ୟାଙ୍କ ସହ ଶତାଧିକ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.